www.samajalive.in
Saturday, December 6, 2025
14.1 C
Bhubaneswar

ଦଣ୍ଡବତ ପ୍ରଣାମ କରିବାର ଧାର୍ମିକ ମହତ୍ତ୍ବ

ଆପଣମାନେ ଦଣ୍ଡବତ ପ୍ରଣାମ କରିବା ସମ୍ବନ୍ଧରେ ଜାଣିଛନ୍ତି। ଦଣ୍ଡବତ ପ୍ରଣାମ କରିବା ଅତ୍ୟନ୍ତ ଶୁଭ ଅଟେ। ହିନ୍ଦୁ ଧର୍ମରେ ଦଣ୍ଡବତ ପ୍ରଣାମ କରିବାର ପରମ୍ପରା ବହୁ ପୁରାତନ କାଳରୁ ରହିଛି। ଗୁରୁଜନମାନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରାଯାଇଥାଏ। କୁହାଯାଇଛି ଯେ, ପ୍ରଣାମ କରିବା ଦ୍ବାରା ବ୍ୟକ୍ତି କରିଥିବା ଭୁଲକୁ କ୍ଷମା କରାଯାଏ। ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ। ଏହାସହ ପ୍ରଣାମ କରିବା ଦ୍ବାରା ବ୍ୟକ୍ତିଙ୍କ ମନରୁ ଅହଂକାରଭାବ ଓ ଅଭିମାନ ସମାପ୍ତ ହୋଇଯାଇଥାଏ।
ଶାସ୍ତ୍ରରେ କୁହାଯାଇଛି ଯେ, ଦଣ୍ଡବତ କରିବା ଦ୍ବାରା ଯଜ୍ଞ କରିବା ପରି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହାଦ୍ବାରା ବ୍ୟକ୍ତିଙ୍କର ପାପ ମଧ୍ୟ କମ ହୋଇଥାଏ।
ଦଣ୍ଡବତ ପ୍ରଣାମକୁ ଉପାସନାର ଏକ ପ୍ରକ୍ରିୟା କୁହାଯାଇଛି। ଉପାସନା କରିବା ଦ୍ବାରା ବ୍ୟକ୍ତିଙ୍କ ମନ ଶାନ୍ତ ରହିଥାଏ। ସେହିପରି ବ୍ୟକ୍ତି ଦଣ୍ଡବତ ପ୍ରଣାମ କରିବା ଦ୍ବାରା ସତପଥରେ ଯିବାର ରାସ୍ତା ପାଇ ଥାଆନ୍ତି। ଏହାଦ୍ବାରା ବ୍ୟକ୍ତି ମନରେ ବିନମ୍ରତା ଭାବ ମଧ୍ୟ ସୃଷ୍ଟି ହୋଇଥାଏ। ସମାଜର କଲ୍ୟାଣରେ ସର୍ବଦା ତତ୍ପର ରହିଥାନ୍ତି। ଦଣ୍ଡବତ ପ୍ରଣାମ କରୁଥିବା ବ୍ୟକ୍ତି ଜୀବନରେ ସଫଳତା ପାଇଥାଆନ୍ତି।ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଭଗବାନଙ୍କ ପ୍ରିୟ ହେବା ପାଇଁ ମନୁଷ୍ୟଙ୍କୁ ନିଜର ଅହଂକାର ତ୍ୟାଗ କରିବାକୁ ହୋଇଥାଏ। ଯେଉଁ ମନୁଷ୍ୟ ନିଜର ଅହଂଭାବ ତ୍ୟାଗ କରି ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଥାଆନ୍ତି, ତାଙ୍କୁ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଦଣ୍ଡବତ ପ୍ରଣାମ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ପ୍ରତ୍ୟେକ ମନୁଷ୍ୟଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଆନ୍ତି। ଏହାଦ୍ବାରା ନିଜ ଭିତରେ ଦୟାଭାବ ସଞ୍ଚାର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories