ଚୋର ସନ୍ଦେହରେ ଦମ୍ପତିଙ୍କୁ ନିସ୍ତୁକ ମାଡ଼, ସ୍ବାମୀ ମୃତ ! ଦେଖନ୍ତୁ ଭିଡିଓ

0

ରାଜକୋଟ: ଗୁଜୁରାଟ ରାଜକୋଟ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ପିଟି ପିଟି ହତ୍ୟା କରିଥିବା ଏକ ଭିଡିଓ ଭାଇରାଲ ହୋଇଛି । ଏକ ଭିଡିଓରେ ଅଳିଆ ଆବର୍ଜନା ଗୋଟାଉ ଥିବା ଦମ୍ପତିଙ୍କୁ କିଛି ଲୋକେ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ମାଡରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।

ପୂରା ଘଟଣାବଳୀ ଏହିପରି । କାରଖାନା ନିକଟରେ ଅଳିଆ ଆବର୍ଜନା ଗୋଟାଉ ଥିବା ଏକ ଦମ୍ପତି ଚୁମ୍ବକରେ ଲୁହା ଖୋଜୁଥିଲେ । ସେମାନଙ୍କୁ ଚୋର ସନ୍ଦେହ କରି କାରଖାନା କର୍ମଚାରୀମାନେ ସ୍ବାମୀଙ୍କୁ ବାନ୍ଧି ନିସ୍ତୁକ ପିଟୁଥିଲେ । ଏହି ସମୟରେ ସେଠାରେ କାରଖାନା ମାଲିକ ପହଞ୍ଚି ଥିଲେ, ସେ ମଧ୍ୟ ଏଥିରୁ ବାଡ ପଡି ନଥିଲେ । କର୍ମଚାରୀଙ୍କ ଠାରୁ ବାଡି ଆଣି ନିଜେ ଧୁମ୍ ପିଟିଥିଲେ । ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ସ୍ବାମୀଙ୍କୁ ବଞ୍ଚାଇବାକୁ ତାଙ୍କ ସ୍ତ୍ରୀ କାକୁତି ମିନତି କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ସେମାନଙ୍କ ମାଡରେ ମହିଳା ଜଣଙ୍କ ଗୁରୁତର ହୋଇଥିବା ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଅନ୍ୟ ଅଳିଆ ଆବର୍ଜନା ଗୋଟାଳିଙ୍କ ସହାୟତାରେ ସ୍ବାମୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପୀଡିତା ଜଣଙ୍କ ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଧାରଣା ଦେଇଛନ୍ତି ।

ସୌଜନ୍ୟ NDTV

Leave A Reply