www.samajalive.in
Friday, December 5, 2025
17.1 C
Bhubaneswar

କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନାକୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିନ୍ତତା ଲାଗି ରହିଛି।  ଏହାରି ମଧ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିବେଦନ କରିଛନ୍ତି ଦଇତାପତି ନିଯୋଗ । ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛି ଦଇତାପତି ନିଯୋଗ । ପୂର୍ବରୁ ଦେଶରେ ଅନେକ ମହାମାରୀ ହୋଇଛି । ସେତେବେଳେ କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ । ଏଣୁ ପୂର୍ବ ଇତିହାସକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଥିବା ନେଇ ସୂଚନା ମିଳିଛି । ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ରଥଯାତ୍ରା ଆୟୋଜନ କରିବାକୁ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ପୁରୀକୁ ଅନ୍ୟ ଅଞ୍ଚଳରୁ ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯିବନି । ସେବାୟତ ଓ କିଛି ପୋଲିସଙ୍କ ସହାୟତାରେ ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଛି । ସେବାୟତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ରଥଯାତ୍ରାରେ ସାମିଲ କରିବାକୁ ଚିଠି ଲେଖାଯାଇଛି । ଏହାସହ ରଥଯାତ୍ରା ସମୟରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯିବ । ଏନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର ସୂଚନା ଦେଇଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories