ପୁରୀ: ଜଣେ ଜେଟିପିଙ୍କୁ ଆକ୍ରମଣ ମାମଲାରେ କୁମ୍ଭାରପଡ଼ା ପୁଲିସ ଶ୍ରୀମନ୍ଦିର ଦଇତାପତି ସେବକ ଜଗଦୀପ ଦାସମହାପାତ୍ରଙ୍କୁ ଗୁରୁବାର ଗିରଫ କରିଛି। ଜେଟିପି ସୁଦର୍ଶନ ସାହୁଙ୍କ ଅଭିଯୋଗକ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ରଥଯାତ୍ରା ସମୟରେ ଜଗଦୀପ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ସୁଦର୍ଶନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।



