www.samajalive.in
Wednesday, December 10, 2025
23.1 C
Bhubaneswar

ରାତି ୮ଟା ମୁଖ୍ୟ ଖବର

ବଡ଼ଖବର :

# ଦେବାଳିଆ ଆଇନ ବିଲ୍‍ ୨୦୧୯ ଲୋକସଭାରେ ଆଜି ପାସ୍‍ ହେବା ସହ ଏହା ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି।

# ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ଗୁପ୍ତଚର କୁଳଦୀପ ଯାଦବଙ୍କୁ ଦୂତାବାସ ସ୍ତରୀୟ ସହଯୋଗ ଯୋଗାଇ ଦେବା ପାଇଁ ପାକିସ୍ତାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। 

- Advertisement -

# କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ କଂଗ୍ରେସ ଓ ଜେଡିଏସର ୧୪ ଜଣ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।   

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏକା ଥରକେ ତିନି  ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରୁଥିବା ବିଲ ଆଇନରେ ପରିଣତ ହୋଇଛି। 

# ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ବେଢ଼ା ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଆଜିଠାରୁ ନିୟମ କଡ଼ାକଡ଼ି କରାଯାଇଛି । ଭକ୍ତ ହୁଅନ୍ତୁ ଅବା ସେବାୟତ, କେହି ବି ପାନ କିମ୍ବା ଗୁଟ୍‍ଖା ଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ  ନାହିଁ। ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୫ଶହ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି।

# ରାଜ୍ୟ ବିଧାନସଭାରେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୬କୋଟି ୩୨ଲକ୍ଷ ଟଙ୍କାର ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର  ୧ହଜାର ୨୪୪କୋଟି ୬୬ଲକ୍ଷ ଟଙ୍କାର ଅତିରିକ୍ତ ଅନୁଦାନ ପ୍ରସ୍ତାବ ଗୃହର ଅନୁମୋଦନ ଲାଭ କରିଛି। ବିରୋଧୀଙ୍କ ପ୍ରବଳ ହୋ-ହାଲ୍ଲା ସତ୍ୱେ ଉଭୟ ଅନୁଦାନ ପ୍ରସ୍ତାବ ବାଚନିକ ଭୋଟରେ ଗୃହିତ ହୋଇଛି।

# ଉନ୍ନାଓ ବଳାତ୍କାର  ପୀଡ଼ିତାର ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟରେ ଆଜି ଦୁଇ ଥର ଶୁଣାଣି ହୋଇଛି । ଏ ସମ୍ପର୍କିତ ୫ଟି ମାମଲାକୁ  ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ମାମଲାର ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ କହିଛନ୍ତି । 

# ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ବିଜେପି ଗୁରୁବାର ଦଳରୁ ବହିଷ୍କାର କରିଛି । ଏହା ପୂର୍ବରୁ ମଙ୍ଗଳବାର ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ କୁଳଦୀପ ଉତ୍ତରପ୍ରଦେଶର ସୀତାପୁର ଜେଲରେ ବନ୍ଦୀ ଅଛନ୍ତି।

# ଦିଲ୍ଲୀର ଏକ ଅଦାଲତ ଏୟାରସେଲ୍‍ ମାକ୍ସିସ୍‍ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‍ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‍ଙ୍କୁ ମିଳୁଥିବା ଗିରଫ ରିହାତିର ମିଆଦ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଆଞ୍ଚଳିକ :

# ରାଜ୍ୟ  ବିଧାନସଭାରେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୬କୋଟି ୩୨ଲକ୍ଷ ଟଙ୍କାର ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର  ୧ହଜାର ୨୪୪କୋଟି ୬୬ଲକ୍ଷ ଟଙ୍କାର ଅତିରିକ୍ତ ଅନୁଦାନ ପ୍ରସ୍ତାବ  ଗୃହର ଅନୁମୋଦନ ଲାଭ କରିଛି। ବିରୋଧୀଙ୍କ ପ୍ରବଳ ହୋ-ହାଲ୍ଲା ସତ୍ୱେ ଉଭୟ ଅନୁଦାନ ପ୍ରସ୍ତାବ ବାଚନିକ ଭୋଟରେ ଗୃହିତ ହୋଇଛି।

#  ବିଧାନସଭାରେ ଆଜି  ଦୁଇଟି ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇଛି,  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କିରୋସିନ କୋଟା କମିବା ସଂପର୍କିତ ସ୍ୱାଧୀକାର ଭଙ୍ଗ ନୋଟିସ୍‍ ଦେଇଥିବା ବେଳେ ତିନି ତଲାକ୍‍ ବିଲ୍‍ ସଂପର୍କିତ ଅନ୍ୟ ଏକ ସ୍ୱାଧୀକାର ଭଙ୍ଗ ନୋଟିସ୍‍ ଆଗତ ହୋଇଛି,  

# ମାଲକାନଗିରି ଜିଲ୍ଲା ସୀମନ୍ତରେ ପୁଲିସ ଜଣେ ମହିଳା ମାଓ  କମାଣ୍ଡରକୁ ପୁଲିସ ଗିରଫ କରିଛି । ସୁକୁମା ପିଡ଼ମେଲ ଜଙ୍ଗଲରେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ସମୟରେ ଯବାନମାନେ ତାକୁ ଗିରଫ କରିଛନ୍ତି ।

# ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ବେଢ଼ା ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଆଜିଠାରୁ ନିୟମ କଡ଼ାକଡ଼ି କରାଯାଇଛି। ଭକ୍ତ ହୁଅନ୍ତୁ ଅବା ସେବାୟତ, କେହି ବି ପାନ କିମ୍ବା ଗୁଟ୍‍ଖା ଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ  ନାହିଁ। ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୫ଶହ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି।

# ପର୍ଯ୍ୟଟକଙ୍କ ପାଇଁ  ଭିତରକନିକା ଜାତୀୟ ଅଭୟାରଣ୍ୟ ଗୁରୁବାର ଆଜିଠାରୁ ଖୋଲିଛି । ମେ’ ୧ ରୁ ଜୁଲାଇ ୩୧ ତିନିମାସ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଆଜି ଠାରୁ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ଯାଇ ବଉଳା ଓ ଅନ୍ୟ କୁମ୍ଭୀରଙ୍କୁ ଦେଖିବା ସହ ନୌଯାତ୍ରାର ମଜା ନେଇପାରିବେ। 
# ଭଦ୍ରକ ଜିଲା ବାସୁଦେବପୁର ଗ୍ରାମର ବରଣ୍ଡୁଆ ସେବା ସମିତି ସଭାପତି ତଥା ପୂର୍ବତନ ସରପଞ୍ଚ ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଡାଉ କରିଥିବା ସୂଚନା ମିଳିଛି।
# ଜୟପୁର-କୋରାପୁଟ ରାଜପଥରେ ଥିବା ଆଇଆରବି ବାଟ୍ଟାଲିୟନ୍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି,ଏକ ବାଇକ୍ ସହ ଏକ ମିନି ବସ୍ ମୁହାଁମୁହିଁ ଧକ୍କା ହୋଇଛି ।
# ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ଠାରୁ ସୁନା ହାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ମହିଳା ଜଣଙ୍କ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବ୍ରହ୍ମପୁରରେ ଜନଗହଳିପୂର୍ଣ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଅସଲି ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।

ଜାତୀୟ:

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

– ଫଳରେ ଏକା ଥରକେ ତିନି  ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରୁଥିବା ବିଲ ଆଇନରେ ପରିଣତ ହୋଇଛି। ତିନି ତଲାକ ବିଲ ଆଇନରେ ପରିଣତ ହେବା ପରେ ଏବେ ମୌଖିକ, ଲିଖିତ ବା ଅନ୍ୟ କୌଣସି ମାଧ୍ୟମରେ ତିନି ତଲାକ ଦେବା ଆଇନରେ ଦଣ୍ଡନୀୟ ଅପରାଧ ହେବ। ଏହି ଅପରାଧ ଲାଗି ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ୨୦୧୯ ସେପ୍ଟେମ୍ବର ୧୯ରୁ ଏହା  ଲାଗୁ ହେବ ।

 # ଉନ୍ନାଓ ବଳାତ୍କାର  ପୀଡ଼ିତାର ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟରେ ଆଜି ଦୁଇ ଥର ଶୁଣାଣି ହୋଇଛି । ସମ୍ପର୍କିତ ୪ ମାମଲାକୁ  ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ମାମଲାର ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ କହିଛନ୍ତି । କ୍ଷତିପୂରଣ ବାବଦ ପୀଡ଼ିତାର ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟସରକାରଙ୍କୁ ଅଦାଲତ ନିର୍ଦେଶ ଦେଇଛନ୍ତି ।

# ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ବିଜେପି ଗୁରୁବାର ଦଳରୁ ବହିଷ୍କାର କରିଛି। ଏହା ପୂର୍ବରୁ ମଙ୍ଗଳବାର ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ କୁଳଦୀପ ଉତ୍ତରପ୍ରଦେଶର ସୀତାପୁର ଜେଲରେ ବନ୍ଦୀ ଅଛନ୍ତି।
# ରାମପୁର ସାଂସଦ ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲ୍ଲା  ଆଜମ ଖାନଙ୍କୁ ପୁଲିସର ଗିରଫଦାରୀ ବିରୋଧରେ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ରାମପୁରରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ଜିଲାପାଳ ରାମପୁର ଜିଲାରେ ୧୪୪ ଧାରା ଲାଗୁ କରିଛନ୍ତି । ଆଇଶୃଙ୍ଖଳା, କାଉଡ଼ିଆ ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ ରଖି ଏହି ଧାରା ଲାଗୁ କରାଯାଇଥିବା କୁହାଯାଇଛି।
# ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ଼ ଏବଂ ୨୦୦ରୁ ୪୦୦ ୟୁନିଟ ବିଦ୍ୟୁତ୍ ବିଲରେ ୫୦% ରିଆତି ଘୋଷଣା କରାଯାଇଛି।
# ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦର ହ୍ରାସ ଯୋଗୁଁ ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦାମ ବୁଧବାର ୬୨ ଟଙ୍କା ୫୦ ପଇସା ହ୍ରାସ ପାଇଛି। 
# ଝାଡ଼ଖଣ୍ଡରେ ଏକ ଭିଡି ହତ୍ୟା ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଦୁମକା ଜିଲାର ଚିହ୍ନୁଟିଆ ଗ୍ରାମରେ ଗୁରୁବାର ଦିନ ଲୋକମାନେ ଜଣେ ଚୋରକୁ ପିଟି ପିଟି ମାରି ଦେଇଛନ୍ତି।

# ଜାମ୍ମୁ କାଶ୍ମୀର ପୁଲିସ୍ ଆଜି ସକାଳେ କାଜିପୋରାରୁ ଜଣେ ଆତଙ୍କବାଦୀକୁ ଶୌକତକୁ ଗିରଫ କରିଛି। ତା’ ନିକଟରୁ ଗାଟିଏ ବନ୍ଧୁକ, ଗୋଟିଏ ମାଗାଜିନ, ୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି।
# କୁଳଭୂଷଣ ଯାଦବଙ୍କ ପରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଆଉ ଜଣେ ଭାରତୀୟଙ୍କୁ ଗିରଫ କରିଛି। ବୁଧବାର ପାକିସ୍ତାନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଡେରା ଘାଜି ଖାନ ଜିଲାର ରାଖି ଗଜ ଅଞ୍ଚଳରୁ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଆନ୍ତର୍ଜାତୀୟ:

# ଉତ୍ତରକୋରିଆ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷା ପରେ ଆଜି ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକ ବସିବ। 

# ଚୀନରେ  କୋଇଲା ଖଣି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ 

# ଅଲ-କାଏଦାର ପ୍ରତିଷ୍ଠାତା ଲାଡେନର ପୁଅ ହାମଜାର ମୃତ୍ୟୁ ଘଟିଛି ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା କହିଛି। ​

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories