www.samajalive.in
Wednesday, December 10, 2025
26.1 C
Bhubaneswar

ପରଲୋକରେ ସେହି ଖେଳାଳି, ଯାହାଙ୍କ ବଲରେ ସୋବର୍ସ ମାରିଥିଲେ ଛଅଟି ଛକା

ଲଣ୍ଡନ : ଲଣ୍ଡନର କ୍ରିକେଟର ମାଲକମ୍ ନାସଙ୍କର ଇଂଲଣ୍ଡର ଲଡସ୍ ଠାରେ ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ମାଲକମ୍ ନାସ ଗ୍ଲାମାରଙ୍ଗନ ତରଫରୁ ଜଣେ ଦ୍ରୁତ ବୋଲର ଭାବରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ପ୍ରଶିକ୍ଷକ ମଧ୍ୟ ଥିଲେ। ସେ ୧୯୬୮ମସିହାରେ କାଉଣ୍ଟି ଚମ୍ପିଆନସିପରେ ଗ୍ଲାମାରଙ୍ଗନ ତରଫରୁ ମ୍ୟାଚ୍ ଖେଳୁଥିଲେ। ସେହି ସମୟରେ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସାର ଗ୍ୟାରୀ ସୋବର୍ସର ମାଲକମଙ୍କର ଗୋଟିଏ ଓଭର ୬ଟି ବଲରୁ ୬ଟି ଛକା ମାରିଥିଲେ। ଯାହା ପ୍ରଥମଶ୍ରେଣୀ କ୍ରିକେଟରେ ପ୍ରଥମ ଥର ପାଇଁ ଘଟିଥିଲା ଏବଂ ରେକର୍ଡ଼ ସୃଷ୍ଟି କରିଥିଲା। ନାସ୍ ୧୯୬୬ରୁ ୧୯୮୩ପର୍ୟ୍ୟନ୍ତ ଦୀର୍ଘ ୧୭ବର୍ଷ କାଳ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ଯେଉଁଥିରେ ସେ ୯୯୩ଟି ୱିକେଟ ନିଜ ନାମରେ କରିଥିଲେ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories