www.samajalive.in
Wednesday, December 10, 2025
15.1 C
Bhubaneswar

ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ନିର୍ଦେଶ : ଆଜି ଶପଥ ନେବେ !

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ବଡ଼ ଧକ୍କା ଲାଗିଛି। ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ପରେ ରାଷ୍ଟ୍ରପତି ଓଲିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ; କିନ୍ତୁ ବିରୋଧୀ ଦଳ ପକ୍ଷରୁ ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ସୋମବାର ଏହାର ରାୟ ପ୍ରକାଶ ପାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ନ୍ୟାୟାଳୟ ରାଷ୍ଟ୍ରପତିଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ସଂସଦର ସ୍ବତନ୍ତ୍ର ଅଧିବେଶନ ଆହ୍ବାନ ପୂର୍ବକ ନିଜ ସପକ୍ଷରେ ବହୁମତ ସାବ୍ୟସ୍ତ କରିବାକୁ ​ଦେଓବାଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଆଜି ଦେଓବା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ବୋଲି ଅନୌପଚାରିକ ଭାବେ ଜଣାପଡିଛି।

ଏଥିସହିତ ମାତ୍ର ୬ ମାସ ମଧ୍ୟରେ ଦ୍ବିତୀୟ ଥର ସଂସଦ ଭଙ୍ଗ କରିବା ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ନ୍ୟାୟାଳୟଙ୍କ ରାୟ ପରେ ଦେଶରେ ପୁନର୍ବାର ରାଜନୈତିକ ସଂକଟ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ନେପାଳୀ କଂଗ୍ରେସ ମୁଖ୍ୟ ଦେଓବା ପୂର୍ବରୁ ୪ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ସମ୍ପ୍ରତି ଓଲି ଏକ ସଂଖ୍ୟାଲଘୁ ସରକାରର ନେତୃତ୍ବ ନେଉଛନ୍ତି। ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ମାତ୍ର ୫ ମାସ ମଧ୍ୟରେ ଦୁଇଥର ୨୭୫ ସଦସ୍ୟ ବିଶିଷ୍ଟ ସଂସଦକୁ ଭଙ୍ଗ କରିଥିଲେ। ପୂର୍ବରୁ ଡିସେମ୍ବର ୨୦ରେ ପ୍ରଥମ ଥର ସଂସଦ ଭଙ୍ଗ ପରେ ସଂସଦ ଭଙ୍ଗ ପରେ ଓଲିଙ୍କ ପକ୍ଷରୁ ଏପ୍ରିଲ ୩୦ ଓ ମେ ୧୦ରେ ନିର୍ବାଚନ ଘୋଷଣା କରାଯାଇଥିଲା। ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଯୋଗୁଁ ଫେବୃଆରୀ ୨୩ରେ ସଂସଦ ପୁନର୍ବାର ବାହାଲ ହୋଇଥିଲା। ଏପ୍ରିଲରେ ନେପାଳ କମ୍ୟୁନିଷ୍ଟ ପାର୍ଟି ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ଦେଶରେ ପୁନର୍ବାର ରାଜନୈତିକ ସଂକଟ ସୃଷ୍ଟି ହୋଇଥିଲା। ଓଲି ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲେ; କିନ୍ତୁ ରାଷ୍ଟ୍ରପତି ଭଣ୍ଡାରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ସହ ମେ ୨୨ରେ ପୁନର୍ବାର ସଂସଦ ଭଙ୍ଗ କରିଥିଲେ। ଏହା ପରେ ଦେଶର ନିର୍ବାଚନ ଆୟୋଗ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ନି​‌ଷ୍ପତ୍ତି ବିରୋଧରେ ନେପାଳର ବିରୋଧୀ ମେଣ୍ଟ ସହ ବିଭିନ୍ନ ସଂଗଠନ ଓ ବ୍ୟକ୍ତିଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ୩୦ରୁ ଅଧିକ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଚୋଳେନ୍ଦ୍ର ସମଶେର ରାଣାଙ୍କ ନେତୃତ୍ବରେ ଏକ ପାଞ୍ଚଜଣିଆ ସମ୍ବିଧାନ ପୀଠ ସମସ୍ତ ଆବେଦନ ଉପରେ ଶୁଣାଣି କରିଥିଲେ; ଯାହାର ରାୟ ପ୍ରକାଶ ପାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories