www.samajalive.in
Sunday, December 14, 2025
17.1 C
Bhubaneswar

୨୫ରୁ ବର୍ଷା: ଉତ୍ତର ଓଡିଶା – ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା ୟାସ୍‍

ଆଣ୍ଡାମାନ ଓ ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଥିବା ବେଳେ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହେବ ସମ୍ଭାବ୍ୟ ବାତ୍ୟା ୟାସ୍‍। ଏହା ୨୩ ତାରିଖରେ ଅବପାତର ରୂପ ନେବ ଏବଂ ୨୪ ତାରିଖରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଂଚଳରେ ବର୍ଷା ଆରମ୍ଭ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେହିପରି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ପ୍ରାକ୍‍ ଆକଳନ ଅନୁଯାୟୀ ବାତ୍ୟା ଉତର ଓଡିଶା – ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ତାର ଗତି ଓ ତୀବ୍ରତା କେତେ ହେବ ତାହା ଜଣାପଡିନାହିଁ।

ସମ୍ଭାବ୍ୟ ବାତ୍ୟା ୟାସ୍‍ ସମ୍ପର୍କରେ ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଯେ ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାର୍ଶ୍ୱରେ ଅଧିକ ପବନ ଓ ବର୍ଷା ହୁଏ। ବାତ୍ୟାର ବାମପଟ ଅର୍ଥାତ୍‍ ଓଡ଼ିଶା ଉପକୂଳ ଅଂଚଳ ମଧ୍ୟ ପ୍ରଭାବିତ ହେବ। ଉତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଂଚଳ ଅଧିକ ପ୍ରଭାବିତ ହେବ। ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ୍‍ ସ୍ଥାନ ନିରୂପଣ ହୋଇନି। ସମ୍ଭାବ୍ୟା ବାତ୍ୟା ନେଇ ଏସଆରସି ଆଜି ଆଇଏମଡି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ବୈଠକ ପରେ ଏସଆରସି କହିଛନ୍ତି ଯେ ଆଇଏମଡି ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବ।ପ୍ରାକ ଆକଳନ ଅନୁସାରେ ଉତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ। ତେବେ ତାହାର ଗତି, ବେଗ, ତୀବ୍ରତା କେତେ ରହିବ ଆଇଏମଡି କହିନି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଓଡ୍ରାଫ, ଅଗ୍ନିଶମ ଏବଂ ଏନଡିଆରଏଫ୍‍ ଟିମ୍‍ କୁ ପଠାଯାଉଛି। ଗୁଜରାଟ ଯାଇଥିବା ଏନଡିଆରଏଫ୍‍ ର ୫ଟି ଟିମ ଫେରି ଆସିବେ।

- Advertisement -

ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଛଡ଼ା ଯାଉନି। ଯେଉଁ ମାଛଧରା ବୋଟ୍‍ରେ ଅଛନ୍ତି, ସେମାନଙ୍କୁ କୋଷ୍ଟଗାର୍ଡ ଫେରାଇ ଆଣୁଛନ୍ତି। ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଅଣାଯିବ। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲିବାକୁ କୁହାଯାଇଛି। ୨୪ ସୁଦ୍ଧା ନଖୋଲିଲେ ପୌର କର୍ମଚାରୀ ଜୋର କରି ଖୋଲିବେ ବୋଲି ସେ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories