www.samajalive.in
Sunday, December 7, 2025
26.1 C
Bhubaneswar

ମାଡି ଆସୁଛି ଜୱାଦ ; ପୁରୀରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର : ସୃଷ୍ଟି ହେଲା ବାତ୍ୟା ଜୱାଦ। ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହେବା ସହ ଆଜି ପୂର୍ବାହ୍ନରେ ବାତ୍ୟାରେ ପରିଣତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଆଇଏମଡି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ଜୱାଦ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି। ୪ ତାରିଖ ସନ୍ଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ। ୪ ସନ୍ଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ।
ବାତ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଏମଡିଙ୍କ ଆକଳନ ଅନୁସାରେ ପୁରୀ ଜିଲାରେ ସ୍ଥଳଭାବ ଛୁଇଁପାରେ ବାତ୍ୟା। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା।ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁ ପାରେ। ସ୍ଥଳଭାଗ ନଛୁଇଁ ଓଡିଶା ଉପକୂଳ ଦେଇ ଚାଲିଯାଇପାରେ ବାତ୍ୟା। ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ ରୁ ୧୦୦ କିମି ପବନ ବହିପାରେ।
ଏହାକୁ ଦୃଷ୍ଟିରେ ରଖି ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡାରେ ଅଧିକ ପ୍ରଭାବ ରହିବ। ଆଜି ମଧ୍ୟ ରାତ୍ରରୁ ବର୍ଷା ଆରମ୍ଭ ହେବ,କାଲି ଅଧିକ ବର୍ଷା ହେବ। ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଗଞ୍ଜାମ, ପୁରୀ, ଚିଲିକା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ଜଗତସିଂହପୁର, କେନ୍ଦ୍ରାପଡା, କଟକ ନିଆଳି ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ,କାଲି ମଧ୍ୟାହ୍ନରେ ସରିବ। ୨ ଦିନ ପାଇଁ ପିଇବା ପାଣି ସାଇତି ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଭୟଭୀତ ହୋଇ ଅଯଥାରେ ଅଧିକ ଜିନିଷ ନକିଣିବାକୁ ପରାମର୍ଶ ଦିଆଯାଇଛି।
ଆସନ୍ତାକାଲି ଅପରାହ୍ନରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ବାହାରେ ନବୁଲିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଥିବା ନେଇ ଏସଆରସି ସୂଚନା ଦେଇଛନ୍ତି। ପଞ୍ଚାୟତ ଗୃହ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଖୋଲା ରଖିବାକୁ ସ୍ଥିର କରାଯାଇଛି। ଆବଶ୍ୟକ ହେଲେ ଅଥବା କେହି ଚାହିଁଲେ ବାତ୍ୟା ବେଳେ ଉକ୍ତ ସରକାରୀ ଘରେ ଆଶ୍ରୟ ନେଇପାରିବେ। ପ୍ରବଳ ବର୍ଷା ହେଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ, ସାମୟିକ ଜଳ ଜମିପାରେ।
ଏହାସହ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ସମସ୍ତ କର୍ମଚାରୀ ନିଜ ନିଜର ହେଡକ୍ୱାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କ ଛୁଟି ବାତିଲ କରି ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories