www.samajalive.in
Friday, December 5, 2025
19.1 C
Bhubaneswar

ସମ୍ଭାବ୍ୟ ଝଡ଼ତୋଫାନ ନେଇ ଓୟୁଏଟିର ମାର୍ଗଦର୍ଶିକା

ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃ‌ଷ୍ଟି ହୋଇଥିବା ବେଳେ ଆଉ ଦୁଇଟି ଲଘୁଚାପ ପଛକୁ ପଛ ଆସୁଛି। ଲଘୁଚାପ ପ୍ରଭାବ କେତେଦୂର ଓଡ଼ିଶା ଉପରେ ପଡ଼ିବ ତାହା ଭାରତୀୟ ପାଣିପାଗ ବିଭାଗ ଯଦିଓ ସ୍ପଷ୍ଟ କରିନାହିଁ, ହେଲେ କେତେକ ବିଦେଶୀ ପାଣିପାଗ ସଂସ୍ଥା ସମ୍ଭାବ୍ୟ ବାତ୍ୟା ଆକଳନ କରିଛନ୍ତି। କୃଷି ବିଭାଗ ଫସଲ ସୁରକ୍ଷା ଉପରେ ସମୀକ୍ଷା ବୈଠକ କରିଥିବା ବେଳେ ଓୟୁଏଟି କୃଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଆଗୁଆ ଆସିଥିବା ବେଳେ ନିର୍ଦ୍ଧାରିତ ସମୟରେ ପ୍ରତ୍ୟାବର୍ତ୍ତନ କରିଛି। ରାଜ୍ୟରେ ବର୍ଷା ଭଲ ହୋଇଥିବାରୁ ସାରା ରାଜ୍ୟରେ ଧାନ ଫସଲ ଭଲ ହୋଇଛି।

ଗତ କିଛି ଦିନ ହେଲା ୧୦୦ ଦିନିଆ ଅବଧି ଧାନଗୁଡ଼ିକ ଗର୍ଭଧରି ଥୋଡ଼ ବାହାରି ଥିବାବେଳେ ଖାଲୁଆ ଜମିରେ ବଡ଼ଧାନ ଗର୍ଭ ଧରିନାହିଁ। ଆଉ ୧୦ରୁ ୧୫ଦିନ ମଧ୍ୟରେ ବଡ଼ ଧାନ ଗର୍ଭ ଧରିବ। ଗର୍ଭ ଧରିବା ସମୟରେ ଧାନ ଗଛ ଝଡ଼ତୋଫାନ ମାଡ଼ରେ ତଳେ ପଡ଼ିଗଲେ ସବୁ ଧାନ ଅଗାଡ଼ି ହୋଇଯିବ। ଚଳିତ ବର୍ଷ ଅମଳ ଭଲ ହେବ ବୋଲି ଚାଷୀ ଆଶା ରଖିଛନ୍ତି; କିନ୍ତୁ ଚାଷୀଙ୍କ ଅମଳ ସମ୍ଭାବ୍ୟ ଲଘୁଚାପ କିମ୍ବା ବାତ୍ୟାଜନିତ ଝଡ଼ତୋଫାନ ଉଜାଡ଼ି ଦେବାର ଆଶଙ୍କା ରହିଛି।

- Advertisement -

ସୂଚନା ଅନୁଯାୟୀ, ବାତ୍ୟା କିମ୍ବା ଲଘୁଚାପ ଜନିତ ଝଡ଼ତୋଫାନ ପ୍ରକୋପ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କନ୍ଧମାଳ ଆଦି ଜିଲାରେ ପଡ଼ିବାର ସମ୍ଭାବନା ରହିଛି। ଏଭଳି ହେଲେ ଏହିସବୁ ଜିଲାରେ ଫସଲ ବ୍ୟାପକ ଭାବେ ନଷ୍ଟ ହେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲାର ଚାଷୀ ସୀମାଞ୍ଚଳ ନାହାକ କହିଛନ୍ତି, ଚଳିତ ବର୍ଷ ଧାନ ଫସଲ ଭଲ ହୋଇଛି। ସମ୍ଭାବ୍ୟ ବାତ୍ୟା କିମ୍ବା ଲଘୁଚାପ ପ୍ରଭାବରେ ଝଡ଼ତୋଫାନ ହେଲେ ଧାନ, ରବି ଏବଂ ପରିବା ଜାତୀୟ ଫସଲ ନଷ୍ଟ ହୋଇଯିବ। ପାଣିପାଗ ତଥା କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଝଡ଼ବର୍ଷା ହେଲେ ଧାନ ଗଛ ତଳେ ପଡ଼ିଯିବ। ବର୍ଷା ପରେ ଧାନ ଓ ଅନ୍ୟାନ୍ୟ ଫସଲରେ ରୋଗ ପୋକ ଲାଗିବ। ଏହାର ଦମନ ପାଇଁ ଚାଷୀ ନିକଟସ୍ଥ କୃଷି ଅଧିକାରୀଙ୍କ ସହିତ ପରାମର୍ଶ କରନ୍ତୁ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories