www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ଭାବ୍ୟ ଝଡ଼ତୋଫାନ ନେଇ ଓୟୁଏଟିର ମାର୍ଗଦର୍ଶିକା

ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃ‌ଷ୍ଟି ହୋଇଥିବା ବେଳେ ଆଉ ଦୁଇଟି ଲଘୁଚାପ ପଛକୁ ପଛ ଆସୁଛି। ଲଘୁଚାପ ପ୍ରଭାବ କେତେଦୂର ଓଡ଼ିଶା ଉପରେ ପଡ଼ିବ ତାହା ଭାରତୀୟ ପାଣିପାଗ ବିଭାଗ ଯଦିଓ ସ୍ପଷ୍ଟ କରିନାହିଁ, ହେଲେ କେତେକ ବିଦେଶୀ ପାଣିପାଗ ସଂସ୍ଥା ସମ୍ଭାବ୍ୟ ବାତ୍ୟା ଆକଳନ କରିଛନ୍ତି। କୃଷି ବିଭାଗ ଫସଲ ସୁରକ୍ଷା ଉପରେ ସମୀକ୍ଷା ବୈଠକ କରିଥିବା ବେଳେ ଓୟୁଏଟି କୃଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଆଗୁଆ ଆସିଥିବା ବେଳେ ନିର୍ଦ୍ଧାରିତ ସମୟରେ ପ୍ରତ୍ୟାବର୍ତ୍ତନ କରିଛି। ରାଜ୍ୟରେ ବର୍ଷା ଭଲ ହୋଇଥିବାରୁ ସାରା ରାଜ୍ୟରେ ଧାନ ଫସଲ ଭଲ ହୋଇଛି।

ଗତ କିଛି ଦିନ ହେଲା ୧୦୦ ଦିନିଆ ଅବଧି ଧାନଗୁଡ଼ିକ ଗର୍ଭଧରି ଥୋଡ଼ ବାହାରି ଥିବାବେଳେ ଖାଲୁଆ ଜମିରେ ବଡ଼ଧାନ ଗର୍ଭ ଧରିନାହିଁ। ଆଉ ୧୦ରୁ ୧୫ଦିନ ମଧ୍ୟରେ ବଡ଼ ଧାନ ଗର୍ଭ ଧରିବ। ଗର୍ଭ ଧରିବା ସମୟରେ ଧାନ ଗଛ ଝଡ଼ତୋଫାନ ମାଡ଼ରେ ତଳେ ପଡ଼ିଗଲେ ସବୁ ଧାନ ଅଗାଡ଼ି ହୋଇଯିବ। ଚଳିତ ବର୍ଷ ଅମଳ ଭଲ ହେବ ବୋଲି ଚାଷୀ ଆଶା ରଖିଛନ୍ତି; କିନ୍ତୁ ଚାଷୀଙ୍କ ଅମଳ ସମ୍ଭାବ୍ୟ ଲଘୁଚାପ କିମ୍ବା ବାତ୍ୟାଜନିତ ଝଡ଼ତୋଫାନ ଉଜାଡ଼ି ଦେବାର ଆଶଙ୍କା ରହିଛି।

- Advertisement -

ସୂଚନା ଅନୁଯାୟୀ, ବାତ୍ୟା କିମ୍ବା ଲଘୁଚାପ ଜନିତ ଝଡ଼ତୋଫାନ ପ୍ରକୋପ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କନ୍ଧମାଳ ଆଦି ଜିଲାରେ ପଡ଼ିବାର ସମ୍ଭାବନା ରହିଛି। ଏଭଳି ହେଲେ ଏହିସବୁ ଜିଲାରେ ଫସଲ ବ୍ୟାପକ ଭାବେ ନଷ୍ଟ ହେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲାର ଚାଷୀ ସୀମାଞ୍ଚଳ ନାହାକ କହିଛନ୍ତି, ଚଳିତ ବର୍ଷ ଧାନ ଫସଲ ଭଲ ହୋଇଛି। ସମ୍ଭାବ୍ୟ ବାତ୍ୟା କିମ୍ବା ଲଘୁଚାପ ପ୍ରଭାବରେ ଝଡ଼ତୋଫାନ ହେଲେ ଧାନ, ରବି ଏବଂ ପରିବା ଜାତୀୟ ଫସଲ ନଷ୍ଟ ହୋଇଯିବ। ପାଣିପାଗ ତଥା କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଝଡ଼ବର୍ଷା ହେଲେ ଧାନ ଗଛ ତଳେ ପଡ଼ିଯିବ। ବର୍ଷା ପରେ ଧାନ ଓ ଅନ୍ୟାନ୍ୟ ଫସଲରେ ରୋଗ ପୋକ ଲାଗିବ। ଏହାର ଦମନ ପାଇଁ ଚାଷୀ ନିକଟସ୍ଥ କୃଷି ଅଧିକାରୀଙ୍କ ସହିତ ପରାମର୍ଶ କରନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories