www.samajalive.in
Wednesday, December 10, 2025
16.1 C
Bhubaneswar

ଫନୀ ବାତ୍ୟା ପରେ ନୀରବ ଓଡିଶା ଉପକୂଳର ଜୀବନ ଧାରା

ଭୁବନେଶ୍ୱର: ଓଡିଶା ଉପକୂଳରେ ବାତ୍ୟା ଫନୀର ତାଣ୍ଡବ ପରେ ଏବେ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି ଯେଉଁଥିରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଜଳ ଓ ବିଦ୍ୟୁତ ଭଳି ମୌଳିକ ଢାଞ୍ଚା ଦୋହଲି ଯାଇଛି ଅନେକ ସହରରେ। ବିଶେଷ କରି କଟକ ଓ ଭୁବନେଶ୍ୱରରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ବସ୍ତି ବାସିନ୍ଦାଙ୍କଠାରୁ ଆରମ୍ଭ କରି ଉଚ୍ଚ ଅଟ୍ଟାଳିକାରେ ରହୁଥିବା ଲୋକେ। ବାତ୍ୟା ପ୍ରପୀଡ଼ିତ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ସଂଗ୍ରହ ପାଇଁ ଏକ ପ୍ରକାର ଲଢେଇ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଯେମିତି ଅଣଦେଖା ରହିଗଲା। ସବୁ ପରେ ବି ମୋଦୀ ପ୍ରଶଂସା କଲେ ନବୀନଙ୍କୁ , ପୂର୍ବର ୩୪୧ କୋଟି ସହାୟତା ବାଦ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ, ଅଧିକ କରିବାର ପ୍ରତିଶୃତି ବି ଦେଲେ କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଲେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ; କାରଣ ଥିଲା ୨୦୧୩ ଫାଇଲିନ, ୨୦୧୪ ହୁଡହୁଡ ଓ ୨୦୧୮ ତିତଲୀ ପରେ ଏବେ ୨୦୧୯ ଫନୀର ଆକ୍ରୋଶରେ ରାଜ୍ୟ ଅର୍ଥନୀତିର ପାରଦ ନିମ୍ନଗାମୀ।

କିଛି ବର୍ଷ ତଳେ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ତାଲିକାରେ ଟପ କରିଥିବା ରାଜଧାନୀ ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଗଛ ଉପୁଡି ପଡିଛି ଏବଂ ଶକ୍ତି ଓ ଯୋଗାଯୋଗ ଏକ ପ୍ରକାର ଠପ ହୋଇଯାଇଛି। ଏ ସବୁ ପୂର୍ବ ସ୍ଥିତିକୁ କେବେ ଫେରିବ ଯଦିଓ ଆକଳନ କରିବା ମୁସ୍କିଲ ତଥାପି ଏକ ସପ୍ତାହ ଭିତରେ ଜନଜୀବନ ସ୍ୱାଭାବିକ ହେବା ନେଇ ଯେଉଁ ଘନ ଘନ ପ୍ରତିଶୃତି ତାହାର ସତ୍ୟତା ଜଳ ଜଳ ଦିଶୁଛି। ୧୫ହଜାର ଟଙ୍କାର ଜେନେରେଟରକୁ ୬୦ହଜାର, ୩୦ମିନିଟକୁ ଜେନେରେଟର ଭଡା ୧ହଜାର ଟଙ୍କା ସୁନା ଦରକୁ ବି ପଛରେ ପକାଇ ଦେଇଛି। ରେଳ ଷ୍ଟେସନରେ ମୋବାଇଲ ଚାର୍ଜ ପାଇଁ ଭିଡ, ଖାଇବା ପାଇଁ ଠେଲା ଗାଡି ଆଗରେ ଲମ୍ବା ଧାଡି ଓ ମହାନଦୀରେ ଗାଧୋଇବା ପାଇଁ ତୁଠ ଖୋଜିବା ଦୃଶ୍ୟ ୨୦୧୯ର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

- Advertisement -

ତୀର୍ଥ ସହର ପୁରୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଅଧାରୁ ଅଧିକ ଘରର ଛାତ ନାହିଁ, ମନ୍ଦିରକୁ ଆସୁ ନାହାନ୍ତି ପର୍ଯ୍ୟଟକ। ଏପଟେ କଟକ ମଧ୍ୟ ଏମିତି କ୍ଷତିଗ୍ରସ୍ତ ହୋଇଛି ଯେ ସନ୍ଧ୍ୟା ୭ଟାରେ ସବୁଆଡେ ନିର୍ଜନ ଓ ନୀରବ। ଆସନ୍ତା ୧୩ ଯାଏଁ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ବି ବନ୍ଦ।

ସବୁ ପରେ ବି ଆଶା ବାନ୍ଧି ଅପେକ୍ଷା କରିଥିବା ଲୋକ ମନରେ ଅନେକ ପ୍ରଶ୍ନ; କେବେ ଚଳଚଞ୍ଚଳ ହେବା ଉପକୂଳ ଓଡ଼ିଶାର ଜୀବନଧାରା, କେତେ ବର୍ଷ ଲାଗିବ ପୁଣି ପୂର୍ବ ସ୍ଥିତିକୁ ଫେରିବାକୁ। ପ୍ରତିଶୃତି ଓ ସହାୟତା ଘୋଷଣା ଭିତରେ ରାଜନୈତିକ ଦଳର ଏଜେଣ୍ଡା ପାଲଟିବନି ତ ଆଉ ଗୋଟେ ବାତ୍ୟା!

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories