www.samajalive.in
Wednesday, December 10, 2025
23.1 C
Bhubaneswar

୫ବର୍ଷରେ ନୀତିଶ ସରକାର ବିଜ୍ଞାପନ ଖର୍ଚ୍ଚ ୫୦୦ କୋଟି

ପାଟନା: ବିହାରରେ ଗଣମାଧ୍ୟମ ଉପରେ ଅଘୋଷିତ ଫତୱା ଜାରି ନେଇ ବିରୋଧୀଙ୍କ ଅଭିଯୋଗ ପରେ ଏବେ ଜୋର ଧରିଛି ପାଞ୍ଚ ବର୍ଷରେ ନୀତିଶ ସରକାରଙ୍କ ବିଜ୍ଞାପନ ବାବଦକୁ ୫୦୦ କୋଟି ଖର୍ଚ୍ଚ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ଅନୁଯାୟୀ ବିଗତ ପାଞ୍ଚ ବର୍ଷରେ ବିହାର ସରକାର ଇଲେକ୍ଟ୍ରୋନିକ ଏବଂ ଛାପା ଗଣମାଧ୍ୟମକୁ ୨୦୧୪-୨୦୧୫ ଆର୍ଥିକ ବର୍ଷରେ ୮୩ କୋଟି ୩୪ ଲକ୍ଷ ୨୮ ହଜାର ୮୫୧ ଟଙ୍କାର ବିଜ୍ଞାପନ ଦେଇଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ଅପେକ୍ଷା ୧୫କୋଟି ବୃଦ୍ଧି ପାଇ ୯୮ କୋଟି ୪୨ ଲକ୍ଷ ୧୪ ହଜାର ୧୮୧ ଟଙ୍କା, ୨୦୧୬-୧୭ରେ ୮୬ କୋଟି ୮୫ ଲକ୍ଷ ୨୦ ହଜାର ୩୧୮ ଟଙ୍କା, ୨୦୧୭-୧୮ରେ ୯୨ କୋଟି ୫୩ ଲକ୍ଷ ୧୭ ହଜାର ୫୮୯ ଟଙ୍କାର ବିଜ୍ଞାପନ ବିଭିନ୍ନ ସମ୍ବାଦପତ୍ର ଓ ସମାଚାର ଚ୍ୟାନେଲକୁ ଦିଆଯାଇଛି। ବିଜ୍ଞାପନ ପାଇଁ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି ୨୦୧୮-୧୯ ଆର୍ଥିକ ବର୍ଷରେ, ଯାହାର ପରିମାଣ ହେଉଛି ୧୩୩ କୋଟି ୫୩ ଲକ୍ଷ ୧୮ ହଜାର ୬୯୪ ଟଙ୍କା।

ମିଳିଥିବା ସୂଚନାରୁ ସ୍ପଷ୍ଟ ଯେ, ୨୦୦୫ରେ ନୀତିଶ ସରକାର ଆସିବା ପରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ, ୨୦୦୮-୦୯ରୁ ବିହାର ସରକାର ଇଲେକ୍ଟ୍ରୋନିକ ଗଣମାଧ୍ୟମକୁ ବିଜ୍ଞାପନ ଦେବା ଆରମ୍ଭ କରିଥିଲେ ଯାହାର ପରିମାଣ ୨୫ଲକ୍ଷ ୩୦ ହଜାର ଟଙ୍କା ଥିଲା। ଅନ୍ୟ ସବୁ ବିଜ୍ଞାପନ ହିନ୍ଦୀ ଓ ଇଂଲିଶ ଖବରକାଗଜକୁ ଦିଆଯାଇଥିଲା। ତେବେ ପ୍ରଥମରୁ ବିରୋଧୀ ଅଭିଯୋଗ କରୁଛନ୍ତି ଯେ ସରକାର ଗଣମାଧ୍ୟମକୁ ବିଜ୍ଞାପନ ଲାଳସା ଦେଇ ବିରୋଧୀଙ୍କ ସ୍ୱର ଚାପି ଦେବାକୁ ଉଦ୍ୟମ କରିଛନ୍ତି। ପ୍ରେସ କାଉଁସିଲ ଅଫ ଇଣ୍ଡିଆ ମଧ୍ୟ ଏକଥା ସ୍ପଷ୍ଟ କରିଛି ଯେ ବିହାରରେ ମୁଖ୍ୟମନ୍ତ୍ରୀଙ୍କ ଛୋଟ ବଡ଼ ସବୁ କାର୍ଯ୍ୟକ୍ରମ ବିଜ୍ଞାପନ ଆକାରରେ ପ୍ରକାଶ ପାଉଛି ଏବଂ ଅନେକ ସମୟରେ ସାମ୍ବାଦିକତା ମୂଲ୍ୟ ବହନ ନ କରୁଥିବା ଖବର ମଧ୍ୟ ପ୍ରକାଶ ପାଉଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories