www.samajalive.in
Wednesday, December 10, 2025
23.1 C
Bhubaneswar

ବିରୋଧ କରିବାର ସାମ୍ବିଧାନିକ ଅଧିକାର କଣ ସୁପ୍ରିମକୋର୍ଟ ପାଇଁ ଲାଗୁ ନୁହେଁ?

ନୂଆଦିଲ୍ଲୀ: ଯୋଉଁ ଉତ୍ପୀଡ଼ନ ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନ ଚିଟ ଦେବାକୁ ବିରୋଧ କରି ସୁପ୍ରିମକୋର୍ଟ ବାହାରେ ପ୍ରଦର୍ଶନ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ପ୍ରଦର୍ଶନକାରୀମାନେ କହିଛନ୍ତି ଯେ, ସେମାନଙ୍କୁ ମଣ୍ଡି ମାର୍ଗ ପୁଲିସ ଗିରଫ କରିଥିଲା। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି, ଦିନ ୧୦ଟା ୪୫ରେ ପୁଲିସ ୫୨ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଥିଲା ଓ ଉପରୁ ନିର୍ଦ୍ଦେଶ ମିଳିଲେ ଛାଡିବ ବୋଲି କହିଥିଲା। ଭୂଷଣ ଆହୁରି ମଧ୍ୟ ଟ୍ୱଇଟରେ କହିଛନ୍ତି ଯେ, ବିରୋଧ କରିବାର ସାମ୍ବିଧାନିକ ଅଧିକାର କଣ ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ଲାଗୁ ନୁହେଁ?

ଏନି ରାଜା, ଅଞ୍ଜଳି ଭରଦ୍ୱାଜ, ମାୟା ରାଓ, ଗୌତମ ମୋଦୀ, ନନ୍ଦିନୀ ରାଓ, ନନ୍ଦିନୀ ସୁନ୍ଦର ଓ ବାଣୀଙ୍କ ଭଳି ଅନେକ ସାମାଜିକ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିବା ବେଳେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବାହାରେ ୧୪୪ ଜାରି କରାଯାଇଥିଲା। ସୋମବାର ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଆଭ୍ୟନ୍ତରୀଣ ତଦନ୍ତ କମିଟି ଯୋଉଁ ଉତ୍ପୀଡ଼ନ ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନ ଚିଟ ଦେଇଥିଲେ। ସେହି ଆଭ୍ୟନ୍ତରୀଣ ତଦନ୍ତ କମିଟିରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏସ.ଏ.ବୋବଦେ, ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ସଦସ୍ୟ ରହିଛନ୍ତି।

- Advertisement -

ସୁପ୍ରିମକୋର୍ଟ ସେକ୍ରେଟେରୀ ଜେନେରାଲ୍‍ଙ୍କ କାର୍ଯ୍ୟାଳୟରୁ ଜାରି ଏକ ନୋଟିସରେ କୁହାଯାଇଛି ଯେ ଆଭ୍ୟନ୍ତରୀଣ ତଦନ୍ତ କମିଟି ମେ ୫ ତାରିଖରେ ତାଙ୍କ ରିପୋର୍ଟ ଉପରିସ୍ଥ ବିଚାରପତିଙ୍କୁ ପ୍ରଦାନ କରିଛନ୍ତି ଓ ସମ୍ପୃକ୍ତ ବିଚାରପତି ଅର୍ଥାତ୍‍ ଭାରତର ପ୍ରଧାନବିଚାରପତିଙ୍କୁ ଏହାର ଏକ ନକଲ ଦେଇଛନ୍ତି। ତେବେ ଏହି ମାମଲାରେ କମିଟି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇ ନାହାନ୍ତି। କମିଟି ନିଜ ରାୟରେ କହିଛନ୍ତି ଯେ ଅଭିଯୋଗକାରିଣୀଙ୍କ ବିରୋଧରେ ୨୦୧୮ ଡିସେମ୍ବରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାକୁ ନେଇ ସେ ୨୨ ବିଚାରପତିଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିଲେ। ସେହି ସମୟରେ ସେ ଯୌନ ନିର୍ଯାତନା କଥା ଉଲ୍ଳେଖ କରିନଥିଲେ। ମାତ୍ର ଅପ୍ରେଲ ୧୯ରେ ସେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories