www.samajalive.in
Friday, December 12, 2025
14.1 C
Bhubaneswar

ଗୁରୁବାର ଗୁଜରାଟ ଉପକୂଳ ଛୁଇଁବ ‘ବାୟୁ’

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ବାୟୁ’ ଜୁନ୍ ୧୩ ଗୁରୁବାର ଗୁଜରାଟ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ପୋର ବନ୍ଦର ଓ ମାହୁଭା ଉପକୂଳ ଦେଇ ଏହି ଝଡ ଅତିକ୍ରମ କରିବ। ଏହି ସାମୁଦ୍ରିକ ଝଡ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି। ‘ବାୟୁ’ ଗୁଜରାଟ ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ। ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ବର୍ଷା ଓ ପବନ ଲାଗି ରହିବ। ଏହି ସାମୁଦ୍ରିକ ଝଡକୁ ନେଇ ଗୁଜରାଟ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ମଙ୍ଗଳବାର ସକାଳୁ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏନଡିଆରଏଫ ବାହିନୀକୁ ମୁତୟନ କରାଯାଇଛି। ସେହିପରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।
ବାତ୍ୟାକୁ ମୁକାବିଲା କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଲୋକଙ୍କ ଧନ ଜୀବନ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ନିର୍ଦେଶ ଦିଆଯାଇଛି। ବିଜୁଳି, ଟେଲିଯୋଗାଯୋଗ, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବାକୁ ନିଶ୍ଚିତ କରିବାକୁ କୁହାଯାଇଛି। ଏନଡିଆରଏଫର ୨୬ଟି ଟିମ୍ ଆବଶ୍ୟକ ଉପକରଣ ସହ ଗୁଜରାଟ ପଠାଯାଇଛି। ସେହିପରି ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ସେନା ଓ ବାୟୁସେନାର ଟିମ୍‌କୁ ମଧ୍ୟ ସଜାଗ ରଖାଯାଇଛି।
ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ଘୂର୍ଣ୍ଣିଝଡର ମୁକାବିଲା ପାଇଁ ବୈଠକ କରିଛନ୍ତି। ରୂପାଣି କହିଛନ୍ତି ଯେ କଚ୍ଛ ଠାରୁ ଦକ୍ଷିଣ ଗୁଜରାଟ ପର୍ଯ୍ୟନ୍ତ ସମଗ୍ର ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଝଡ ମୁକାବିଲା ଲାଗି ନିଯୁକ୍ତି ଅଧିକାରୀମାନଙ୍କୁ ଓଡିଶା ସରକାରଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିବା ରୂପାନି କହିଛନ୍ତି। ଗତମାସରେ ଓଡିଶା ଉପକୂଳ ସାମୁଦ୍ରିକ ଝଡ଼ ‘ଫଣି’ ଦ୍ବାରା ବିଶେଷ ପ୍ରଭାବିତ ହୋଇଥିଲା। ‘ଫଣି’ ମୁକାବିଲା କରିବାକୁ ଓଡିଶା ସରକାର କିପରି ପଦକ୍ଷେପ ନେଇଥିଲେ ସେ ବାବଦୀୟ ବୈଷୟିକ ପରାମର୍ଶ ଗ୍ରହଣ କରିବାକୁ କୁହାଯାଇଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories