www.samajalive.in
Thursday, December 11, 2025
13.1 C
Bhubaneswar

୧୩ ସହରର ପାରଦ ୪୦ ଉପରେ ; ୧୩ ପର୍ଯ୍ୟନ୍ତ ନିସ୍ତାର ନାହିଁ

ଭୁବନେଶ୍ବର : ସବୁଆଡ଼େ ଅସମ୍ଭାଳ ତାତି। ରାଜ୍ୟ ତମାମ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଓଡ଼ଶାକୁ ମୌସୁମି ଛୁଇଁନାହିଁ। ସପ୍ତାହକ ଭିତରେ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମାତ୍ର ମୌସୁମି ପୂର୍ବରୁ ପ୍ରାକ ମୌସୁମି ବର୍ଷାର ବି ଦେଖାନାହିଁ। ପାଣିପାଗରେ ଘୋର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଜୁନ ଦ୍ବିତୀୟ ସପ୍ତାହଠାରୁ ପ୍ରଚଣ୍ଡ ଖରା ଓ ସହ୍ୟ ଗୁଳୁଗୁଳି ଲାଗିରହିଛି। ଘର ବାହାର ସବୁଠି ନିର୍ଘାତ ତାତି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ। ମଙ୍ଗଳବାର ରାଜ୍ୟର ଏକାଦିକ୍ରମେ ୧୩ଟି ସହରର ପାରଦ ୪୦ ଡ଼େଇଁଯାଇଛି। ସବୁଠୁ ଅଧିକ ତାତି ୪୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି ସମ୍ବଲପୁରରେ। ୪୪ଡ଼ିଗ୍ରୀ ତାପମାତ୍ରାରେ ସିଝୁଛି ହୀରାକୁଦ, ଝାରସୁଗୁଡ଼ା ଓ ସୋନପୁର ଆଦି ସହର। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ପାରଦ ୪୩ ଡ଼ିଗ୍ରୀ ଟପିଥିବାବେଳେ କୋଇଲା ସହର ତାଳଚେର ତାପମାତ୍ରା ୪୨.୫ଡ଼ିଗ୍ରୀ ରହିଛି।
ବଲାଙ୍ଗୀର, ଅନୁଗୋଳ ଓ ସୁନ୍ଦରଗଡ଼ର ପାରଦ ୪୧ରୁ ୪୨ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜଧାନୀ ଭୁବନେଶ୍ବରଠୁ ଆରମ୍ଭ କରି, ଭବାନିପାଟଣା, ମାଲକାନଗିରି ଓ ବନ୍ଦର ସହର ଚାନ୍ଦବାଲିରେ ପାରଦ ୪୦ରୁ ୪୧ଡ଼ିଗ୍ରୀ ମଧ୍ୟରେ ରହିଛି। କଟକ ସହରର ତାପମାତ୍ରା ପ୍ରାୟ ୪୦ଡ଼ିଗ୍ରୀ ପାଖାପାଖି ରହିଛି ଏବଂ ଏଠାରେ ମଧ୍ୟ ଅସମ୍ଭାଳି ତାତି ଓ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ା କଟକରେ ୩୯.୮ଡ଼ିଗ୍ରୀ ଥିବାବେଳେ କେନ୍ଦୁଝରରେ ୩୯.୨ଡ଼ିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ରେକର୍ଡ଼ କରିଛି।ଗତ ୮ତାରିଖରେ ମୌସୁମି କେରଳ ଛୁଇଁଥିବାବେଳେ ଓଡ଼ିଶାରେ ମୌସୁମି ପ୍ରବେଶ ନେଇ ଏ ପର୍ଯ୍ୟନ୍ତ ସଠିକ ଭାବେ ଆକଳନ କରାଯାଇନାହିଁ। ତେବେ ପାଣିପାଗ ବିଭାଗ କହୁଛି ସପ୍ତାହକ ଭିତରେ ଓଡ଼ିଶାରେ ମୌସୁମି ପ୍ରବେଶ କରିବ। ଅନ୍ୟପକ୍ଷରେ ଶିକ୍ଷା ଓ ଅନୁସନ୍ଧାନ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଜୁନ ୧୬ ସୁଦ୍ଧା ମୌସୁମି ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏବେ ସମଗ୍ର ରାଜ୍ୟରେ ଅସମ୍ଭାଳ ତାତି ଲାଗି ରହିଛି ଓ ପଶ୍ଚିମ ଓଡ଼ିଶାରେ ଉପକୂଳଠାରୁ ଅଧିକ ତାତି ଅନୁଭୂତ ହେଉଛି। ଏଭଳି ପାଗ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଲାଗିରହିବ। ଜୁନ ୧୬ ସୁଦ୍ଧା ପାଗ ବଦଳିଯିବା ସହିତ ମୌସୁମି ଓଡ଼ିଶା ଛୁଇଁବ। ତେବେ ଜୁନ ୧୪ରୁ ପ୍ରାକ ମୌସୁମି ବର୍ଷାର ସମ୍ଭାବନା ରହିଛି। ଜୁନ ୧୯ରୁ ୨୦ତାରିଖ ମଧ୍ୟରେ ସାରା ରାଜ୍ୟରେ ମୌସୁମି ପ୍ରଭାବ ଦେଖିବାକୁ ମିଳିବ ବୋଲି କୁହାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଏହି ସମୟରେ କିଛି ସ୍ଥାନରେ ପାରଦ ୪୬ଡ଼ିଗ୍ରୀ ଅତିକ୍ରମ କରିଯିବାର ଆଶଙ୍କା ରହିଛି। ଏଥିପାଇଁ ସାବଧାନ ରହିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories