ଭୁବନେଶ୍ୱର : ବାତ୍ୟା ‘ଫଣି’ ଯୋଗୁଁ ରାଜ୍ୟର ବିଦ୍ୟାଳୟ ଭିତ୍ତିଭୂମି ବିଶେଷ ଭାବେ ପ୍ରଭାବିତ ହୋଇଛି। ପୁରୀ ଜିଲାର ୧୨୩ଟି ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିବାବେଳେ ରାଜ୍ୟରେ ୬ହଜାର ବିଦ୍ୟାଳୟରୁ ଅଧିକ ଭାଙ୍ଗିରୁଜି ଯାଇଛି। ଆଗାମୀ ୧୯ରେ ବିଦ୍ୟାଳୟ ଖୋଲିବାକୁ ରହିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବାକୁ ସରକାର ୫ଟି ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ସୋମବାର ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବାକୁ ବିଶେଷ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଯେଉଁ ବିଦ୍ୟାଳୟଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଛି ସେଠାର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟରେ ପାଠପଢ଼ା ଯିବ। ଏହାବାଦ୍ ଯେଉଁ ବିଦ୍ୟାଳୟରେ ଛାତଘର ଅଛି; କିନ୍ତୁ ଆଜବେଷ୍ଟସ ଘର ଭାଙ୍ଗି ଯାଇଛି ସେଠାରେ ପାଳି କରି ପାଠ ପଢ଼ାଯିବାକୁ ରହିଥିବାବେଳେ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକ କେତେକ ସ୍ଥାନରେ ଉଚ୍ଚବିଦ୍ୟାଳୟରେ ପଢ଼ାଯିବାକୁ ନିଷ୍ପତ୍ତି ହୋଇଛି।
୧୯ରେ ଖୋଲିବ ବିଦ୍ୟାଳୟ ; ପାଳିରେ ପଢ଼ାଯିବ ପାଠ
Popular Categories



