www.samajalive.in
Monday, December 15, 2025
27.1 C
Bhubaneswar

ସ୍ଥଳଭାଗ ଛୁଇଁଲା ‘ଡାଏ’

-ତିନିଟି ଜିଲା ପାଇଁ ରେଡ୍‌ ଆଲର୍ଟ ଜାରି, -ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦେଶ
-୫ ଜିଲାରେ ୨୧ ତାରିଖ ଛୁଟି ବାତିଲ, -ତଳିଆ ଅଞ୍ଚଳରେ ବଡ଼ ଜୁଆର ଆଶଙ୍କା
-ଏନ୍‌ଡିଆରଏଫ, ଓଡ୍ରାଫ ଟିମ୍‌ ପ୍ରସ୍ତୁତ

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅବପାତ ତୀବ୍ର ରୂପ ନେଇ ବାତ୍ୟାରେ ପରିଣତ ହୋଇଛି। ଏହି ସାମୁଦ୍ରିକ ବାତ୍ୟାକୁ ‘ଡାଏ’ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ନାମକରଣ କରିଛି। ରାତି ୧ଟା ୩୦ ମିନିଟ୍‌ରେ ଏହି ସାମୁଦ୍ରିକ ଝଡ଼ ‘ଡାଏ’ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ବ୍ରହ୍ମପୁର ସହରରେ ଅବିଶ୍ରାନ୍ତ ବର୍ଷା ଲାଗିରହିବା ସହିତ ଘଣ୍ଟାକୁ ପ୍ରାୟ ୩୦ କିମି. ବେଗରେ ପବନ ବହୁଛି।
ସାମୁଦ୍ରିକ ବାତ୍ୟା ‘ଡାଏ’ ଘଣ୍ଟାପ୍ରତି ୨୦ କିମି ବେଗରେ ଆଗକୁ ଗତି କରୁଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦସଙ୍କେତ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସହ ୦.୦୫ ମିଟର ଉଚ୍ଚତାରେ ଜୁଆର ଉଠିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।
ବାତ୍ୟା ରୂପ ନେଇଥିବା ଅବପାତ ପ୍ରଭାବରେ ଆସନ୍ତାକାଲି ୧୧ଟି ଜିଲାରେ ପ୍ରବଳ ବର୍ଷିବ। ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଆଦି ୪ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିପରି ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ବାତ୍ୟାରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଡଗଡ଼ ଓ ପୁରୀ ଆଦି ୫ଟି ଜିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ସମୁଦ୍ର ତଟବର୍ତ୍ତୀ ତଳିଆ ଅଞ୍ଚଳକୁ ଜୁଆର ପାଣି ମାଡ଼ି ଆସିବ। ଏସବୁ ଜିଲାରେ ଆସନ୍ତାକାଲି ସରକାରୀ ଛୁଟି(ମହରମ୍‌)କୁ ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ପୃଥକ୍‌ ଭାବେ ସମ୍ଭାବ୍ୟ ପରିସ୍ଥିତି ନେଇ ଜରୁରୀ ବୈଠକରେ ସମୀକ୍ଷା କରିବା ସହିତ ମୁକାବିଲା ପାଇଁ ସବୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories