www.samajalive.in
Monday, December 15, 2025
26.1 C
Bhubaneswar

ବାତିଲ ହେଲା ‘ଖୁସି’ ଟେଣ୍ଡର

ଭୁବନେଶ୍ୱର : ରାଜ୍ୟର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଦୂର କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଜସ୍ୱ ଯୋଜନା ‘ଖୁସି’ ଲାଗି ଓଡ଼ିଶା ଔଷଧ ନିଗମ ପକ୍ଷରୁ ନିକଟରେ ହୋଇଥିବା ଥିବା ଟେଣ୍ଡର ବାତିଲ କରାଯାଇଛି। ଏହି ଯୋଜନାରେ ନିଗମ ପକ୍ଷରୁ ହୋଇଥିବା ଟେଣ୍ଡରରେ କେତେକ ବ୍ୟତିକ୍ରମ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଏହାକୁ ବାତିଲ କରିଛନ୍ତି। ତେବେ ଆସନ୍ତା ଅକ୍ଟୋବର ୨ତାରିଖ ତଥା ଗାନ୍ଧି ଜୟନ୍ତୀରେ ଯୋଜନା କିଭଳି କାର୍ଯ୍ୟାନ୍ୱୟନ ହେବ ଏବଂ ମୁଖ୍ୟମନ୍ତ୍ରୀ କିପରି ଏହାକୁ ଉଦ୍‍ଘାଟନ କରିବେ ସେନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ସୂଚନା ଯୋଗ୍ୟ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‍କେଏସ୍‍କେ) ଏବଂ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ‘ଖୁସି’ ପାଇଁ ନାପ୍‍କିନ ଯୋଗାଣ ଲାଗି ନିଗମ ତରଫରୁ ଚଳିତବର୍ଷ ଦୁଇଟି ଟେଣ୍ଡର ଆହ୍ୱାନ କରାଯାଇଥିଲା। ଫେବୃଆରୀରେ କିଶୋରୀ ଯୋଜନା ପାଇଁ ହୋଇଥିବା ଟେଣ୍ଡରରେ ଏଚ୍‍ଏଲ୍‍ଏଲ୍‍ ଲାଇଫ୍‍ କେୟାର ଲି. କମ୍ପାନୀ ଏଲ୍‍-୧ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଖୁସି ଯୋଜନାରେ ମଧ୍ୟ ଉକ୍ତ କମ୍ପାନୀ ଏଲ୍‍ୱାନ ହୋଇଥିଲା। ମାତ୍ର କିଶୋରୀ ଯୋଜନାରେ ନାପକିନ୍‍ ପ୍ୟାକେଟ ପିଛା ଉକ୍ତ କମ୍ପାନୀ ୧୦.୪୪ଟଙ୍କା ଦର୍ଶାଇ ଥିବାବେଳେ ଖୁସି ଯୋଜନାରେ ଏହା ୧୭.୮୨ଟଙ୍କାରେ ଏଲ୍‍ୱାନ ହୋଇଥିଲା। ମାତ୍ର ୩ମାସ ଅନ୍ତରରେ ଔଷଧ ନିଗମ ପକ୍ଷରୁ ହୋଇଥିବା ଦୁଇଟି ଟେଣ୍ଡରରେ ନାପ୍‍କିନ୍‍ରେ ଏହି ଦରର ବ୍ୟତିକ୍ରମ ଏବଂ ରାଜ୍ୟ ସରକାରଙ୍କ ଉପରେ ୨୦୦କୋଟି ଟଙ୍କାରୁ ଅଧିକ ଆର୍ଥିକ ବୋଝ ପଡୁଥିବା ନେଇ ସମାଜରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅନୁଧ୍ୟାନ ପରେ ଟେଣ୍ଡରଟିକୁ ବାତିଲ କରାଯାଇଛି ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏନେଇ ନିଗମ ପ୍ରବନ୍ଧକ ପ୍ରଭାତ ମଣ୍ଡଳ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଉକ୍ତ ଟେଣ୍ଡରଟି ବାତିଲ ହୋଇଛି। ତେବେ ଯୋଜନାର କାର୍ଯ୍ୟକାରିତା ନେଇ ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ସେନେଇ ଶ୍ରୀ ମଣ୍ଡଳ କେବଳ ସାଧାରଣ ପରିଚାଳକ(ମାନବ ସମ୍ବଳ)ହିଁ କହିପାରିବେ ବୋଲି କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories