www.samajalive.in
Monday, December 8, 2025
13.1 C
Bhubaneswar

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ : ‘ପ୍ରହାର’ ପରୀକ୍ଷା ସଫଳ

ବାଲେଶ୍ୱର : ଭାରତର ନିଜସ୍ୱ ଜ୍ଞାନ କୌଶଳ ତଥା ସ୍ବଳ୍ପ ଖର୍ଚ୍ଚରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରହାର’କୁ ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଉତ୍‌କ୍ଷେପଣ କେନ୍ଦ୍ରରୁ ସଫଳ ପରୀକ୍ଷା କରାଯାଇଛି। ଅପରାହ୍ଣ ୧ଟା ୩୭ ମିନିଟରେ ଏହି ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ପ୍ରକାଶ। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡ଼ିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇବା ସହିତ ଏହା ଦେଶର ପ୍ରତିରକ୍ଷା ବିଭାଗକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଥିଲେ। ଏହି ପରୀକ୍ଷା ସମୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ପ୍ରତିରକ୍ଷା ସଚିବ ଓ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଅଧ୍ୟକ୍ଷ ପ୍ରମୁଖ ପରୀକ୍ଷଣ ତଦାରଖ କରିବା ସହ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସବୁ ଋତୁରେ ଏହା ନିକ୍ଷେପ ଉପଯୋଗୀ କ୍ଷେପଣାସ୍ତ୍ର ପ୍ରହାରର ଲକ୍ଷ୍ୟଭେଦ କ୍ଷମତା ସର୍ବାଧିକ। ଗୋଟିଏ ସ୍ଥାନରୁ ଏକ ସମୟରେ ୬ଟି କ୍ଷେପଣାସ୍ତ୍ର ବିଭିନ୍ନ ଦିଗକୁ ଲକ୍ଷ୍ୟଭେଦ କରାଯାଇ ଉତ୍‌କ୍ଷେପଣ କରାଯାଇପାରିବ। ମାତ୍ର ଦୁଇରୁ ତିନି ମିନିଟ ଭିତରେ ଏହା ନିକ୍ଷେପ ଲାଗି ପ୍ରସ୍ତୁତ ହୋଇପାରୁଥିବା ଏହି କ୍ଷେପଣାସ୍ତ୍ର ୧୫୦ କିଲୋମିଟର ଦୂରତ୍ବକୁ ଲକ୍ଷ୍ୟଭେଦ କରିବା କ୍ଷମତା ରଖିଛି। ୨୦୧୧ ଜୁଲାଇ ୨୧ ତାରିଖରେ ଚାନ୍ଦିପୁରରେ ହୋଇଥିବା ପରୀକ୍ଷାରେ ଏହା ୨୫୦ ସେକେଣ୍ଡରେ ୧୫୦ କିଲୋମିଟର ଅତିକ୍ରମ କରି ଲକ୍ଷ୍ୟଭେଦ କରିଥିଲା। ପ୍ରହାର କ୍ଷେପଣାସ୍ତ୍ରର ଲମ୍ବ ୭.୩ ମିଟର ଥିବାବେଳେ ମୋଟେଇ ୦.୪୨ ମିଟର ଓ ଓଜନ ୧୨୮୦ କିଲୋଗ୍ରାମ। ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି ଭୂମିଠାରୁ ୩୫ କିଲୋମିଟର ଉଚ୍ଚତାରେ ଲକ୍ଷ୍ୟଭେଦ କ୍ଷମତା ରଖିଛି। ଏହାର ପରୀକ୍ଷା ପାଇଁ ୨.୫ କିଲୋମିଟର ପରିଧି ଭିତରେ ଥିବା ୫ଟି ଗାଁର ପ୍ରାୟ ୫ ହଜାର ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ସକାଳ ୭.୩୦ରୁ ୮ଟା ମଧ୍ୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ସଦର ବ୍ଲକ ଖଡ଼ୁପାଇ ପ୍ରାଇମେରୀ ସ୍କୁଲ ଓ ୯ମାଇଲ, ବର୍ଦ୍ଧନପୁରରେ ଥିବା କାଳୀମନ୍ଦିର ନିକଟରେ ଥିବା ଆଶ୍ରୟସ୍ଥଳରେ ରଖାଯାଇଥିଲା। ବିସ୍ଥାପନ ପାଇଁ ଗାଁର ପ୍ରତି ବୟସ୍କମାନଙ୍କୁ ୩୦୦ ଟଙ୍କା ଓ ସାନ ମାନଙ୍କୁ ୧୭୫ ଟଙ୍କା, ମନୋରଞ୍ଜନ ପାଇଁ ବଡ଼ଙ୍କୁ ୧୫ଟଙ୍କା ଓ ସାନମାନଙ୍କୁ ୧୦ ଟଙ୍କା, ଖାଇବା ପାଇଁ ପ୍ରତ୍ୟେକଙ୍କୁ ୭୫ ଟଙ୍କା, ଗାଈଗୋରୁଙ୍କ ପାଇଁ ପ୍ରତି ପରିବାରକୁ ୧୦୦ ଟଙ୍କା ଓ ଘରେ ଚାବି ପକାଇବା ପାଇଁ ପ୍ରତି ଘରକୁ ୪୦ ଟଙ୍କା ଲେଖାଁଏ ଦିଆଯାଇଥିବା ଜିଲାପାଳ ରମେଶଚନ୍ଦ୍ର ରାଉତ ସୂଚନା ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories