www.samajalive.in
Saturday, December 6, 2025
16.1 C
Bhubaneswar

ଗୁଣୁପୁର ଥେରୁବାଲି ରେଳ ସଂଯୋଗୀକରଣ ପ୍ରସଙ୍ଗ; ରେଳମନ୍ତ୍ରୀଙ୍କୁ ଦାବୀ ଜଣାଇବା ପାଇଁ ୮୦ କିମି ସାଇକେଲ ଯାତ୍ରା

ଗୁଣୁପୁର: ସାଇକେଲରେ ୮୦ କିଲୋମିଟର ଯାତ୍ରା । ନିଜ ମାଟି ମା’ର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ଉତ୍ସାହୀ ଯୁବଗୋଷ୍ଠୀ । ଗୁଣୁପୁର ଥେରୁବାଲି ପ୍ରସ୍ତାବିତ ରେଳ ପ୍ରକଳ୍ପର କାର୍ୟ୍ୟ ତ୍ୱରାନ୍ୱିତ କରିବା ଦାବୀ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ ଉଦେଶ୍ୟରେ ଆଜି ଗୁଣୁପୁରର ଉତ୍ସାହୀ ୧୫ ଜଣ ଯୁବକ ସାଇକେଲରେ ରାୟଗଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସ୍ଥାନୀୟ କୋର୍ଟ ଛକରୁ ଏହି ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆସନ୍ତା କାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡା ଗସ୍ତରେ ଆସୁଛନ୍ତି । ସେଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ପାଞ୍ଚ ଦଫା ଦାବି ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯିବ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ସହ ୫୦ ପ୍ରତିଶତ ଅର୍ଥ ଯୋଗାଇ ଦେବାକୁ ରେଳବାଇ ପକ୍ଷରୁ କୁହାଯାଇଥିଲା । ହେଲେ ରାଜ୍ୟ ସରକାର ଏଯାବତ ୫୦ ପ୍ରତିଶତ ଅର୍ଥ ସମ୍ପର୍କରେ ନୀରବ ରହିଛନ୍ତି । ଫଳରେ ନାଲିଫିତା ତଳେ ପ୍ରକଳ୍ପର ଭାଗ୍ୟ ରହିଯାଇଛି । ସେହିଭଳି ଗୁଣୁପୁରରୁ ଭୁବନେଶ୍ୱର ଟ୍ରେନ ଚଳାଚଳ, ଷ୍ଟେସନଗୁଡ଼ିକର ଉନ୍ନତିକରଣ, ରାଜ୍ୟରାଣୀ ଏକ୍ସପ୍ରେସକୁ ପ୍ରତିଦିନ ଚଳାଚଳ ପ୍ରଭୃତି ଦାବୀ ରହିଛି । ତେବେ ଓଡିଶାରୁ ମାନ୍ୟବର ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବାରୁ ପୁଣିଥରେ ପ୍ରକଳ୍ପର କାର୍ୟ୍ୟ ଆରମ୍ଭ ହେବା ନେଇ ଆଶାବାଦୀ ଅଛନ୍ତି ଅଞ୍ଚଳବାସୀ । ଯୁବଗୋଷ୍ଠୀଙ୍କ ଏଭଳି ଅଭିନବ ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories