www.samajalive.in
Saturday, December 6, 2025
26.1 C
Bhubaneswar

ଡାଲମିଆଁ ସିମେଣ୍ଟ ତରଫରୁ ଠିକାଦାରମାନଙ୍କୁ ପ୍ରଶିକ୍ଷଣ

ଝୁମ୍ପୁରା: ଝୁମ୍ପୁରା ଠାରେ ରହିଥିବା କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଡାଲମିଆଁ ସିମେଣ୍ଟ ତରଫରୁ ଡାଲମିଆଁ ସିମେଣ୍ଟ ବ୍ୟବହାର କରୁଥିବା ଠିକାଦାର ମାନଙ୍କୁ ନେଇ କମ୍ପାନୀ ତରଫରୁ ଦିନିକିଆ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ବର୍ତ୍ତମାନ ବଜାରକୁ ବିଭିନ୍ନ ପ୍ରକାର ସିମେଣ୍ଟ ଆସିଛି ବଜାରକୁ ଆସିଥିବା ସମସ୍ତ ସିମେଣ୍ଟ ମଧ୍ୟରୁ ଡାଲମିଆଁ ସିମେଣ୍ଟକୁ କମ୍ପାନୀ କେଉଁ କେଉଁ ସମାଗ୍ରୀ ଦେଇ କିପରୀ ଉନ୍ନତ ମାନର ତିଆରୀ କରିଛନ୍ତି ସେ ସମ୍ପର୍କରେ ଠିକାଦାର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଡାଲମିଆଁ ସିମେଣ୍ଟ ଉନ୍ନୟନ କାର୍ଯ୍ୟରେ ବ୍ୟବହାର କରିବା ସମୟରେ ବାଲି, ଚିଫସକୁ କିପରୀ ମିଶାଇବେ ଗୋଟାଏ ବସ୍ଥା ସିମେଣ୍ଟରେ କେତେ ବାଲି, ଚିଫସ, ମେଣ୍ଟାଲ ପକାଇ କାମରେ କଲେ ତାହା ଶକ୍ତ ହୋଇ ପାରିବ ସେ ସମ୍ପର୍କରେ ଠିକାଦାର ମାନଙ୍କୁ ଡାଲମିଆଁ ସିମେଣ୍ଟ କମ୍ପାନୀର ଅଧିକାରୀ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସିମେଣ୍ଟକୁ ବ୍ୟବହାର କରିବା ପରେ ଶକ୍ତ ହେବା ପାଇଁ କେତେ ଦିନ ପାଣି ଆବଶ୍ୟକ ହୋଇଥାଏ, ପାଣି କିପରୀ ପ୍ରୟୋଗ କରାଯିବ ସେ ସମ୍ପର୍କରେ ଠିକାଦାର ମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କମ୍ପାନୀର କ୍ଷେତ୍ର ଅଧିକାରୀ ମାନସ ଦାସ, କ୍ଷେତ୍ର ପ୍ରସାରଣ ଅଧିକାରୀ ହେମାନନ୍ଦ ମହାନ୍ତି,ବୈଷୟିକ ଅଧିକାରୀ ଅନିଶ କୁମାର ସେଠୀ ଯୋଗଦାନ କରି ଏହି ପ୍ରଶିକ୍ଷଣ ଶିବିରେ ଉପସ୍ଥିତ ରହିଥିବା ୬୦ ଜଣ ଠିକାଦାରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗଣେଷ ଉଦ୍ୟୋଗ, ଗଣପତି ଇସ୍ପାତ ଓ ଜୟପ୍ରକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories