www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କୁ ପିପିଲିରେ ବିପୁଳ ସଂବର୍ଦ୍ଧନା

ପିପିଲି: ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରରେ ଓଡିଶା ଆସିଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁବାର ପିପିଲିର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଛି। ପାରମ୍ପରିକ ବାଦ୍ୟ, ଘଣ୍ଟ, କଳଘୋଡା ନୃତ୍ୟ ଓ ଚାନ୍ଦୁଆ ଛତି ପ୍ରଦର୍ଶନପୂର୍ବକ ଏକ ଶୋଭାଯାତ୍ରାରେ ଦୁଇମନ୍ତ୍ରୀଙ୍କୁ ଉତ୍ତରାବଜାର ଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀମାନେ ପାଛୋଟି ନେଇଥିଲେ। ଏହି ଅବସରରେ ଡେଲାଙ୍ଗ ଷ୍ଟେସନ ଠାରୁ ପିପିଲି ଓ ନିମାପଡା ଦେଇ କୋଣାର୍କକୁ ନୂତନ ରେଳପଥ ନିର୍ମାଣ କରାଯିବା ଏବଂ ଡେଲାଙ୍ଗ ସମେତ କଣାସରୋଡ୍‍, ମୋଟରୀ ଓ ହରିପୁର ରେଳଷ୍ଟେସନର ଅତ୍ୟାଧୁନିକ ଉନ୍ନତିକରଣ ପାଇଁ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ଜିଲାର ପ୍ରବେଶପଥ ଉତ୍ତରାବଜାର ଠାରେ ପୁରୀ ଜିଲା ବିଜେପି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲା ବିଜେପି ସାଧାରଣ ସଂପାଦକ ଜନ୍ମେଜୟ ଜେନା, କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ଦେବପ୍ରସାଦ ତ୍ରିପାଠୀ ପ୍ରମୁଖ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତରୀୟ ଓ ଫୁଲମାଳ ଦେଇ ସ୍ୱାଗତ ଜଣାଇଥିଲେ। ପରେ ଜିଲା ସଭାପତି ଶ୍ରୀପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ସମର୍ଥକମାନେ ଏକ ବାଇକ ଶୋଭାଯାତ୍ରାରେ ଉଭୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ଗୁଡ଼ିଆପୋଖରୀ ବଜାର ଠାରେ ବରିଷ୍ଠନେତା ସୁବୋଧ ମହାନ୍ତି ଓ ସରପଞ୍ଚ ଶୁଭାଶିଷ ରଥଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ପିପିଲି ଏନ୍‍ଏସି ଦଳୀୟ କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ତଥା ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ସୁଧିର ବିଶ୍ୱାଳ, ଯୁବନେତା ପ୍ରଦୀପ କୁମାର ସାହୁ ପ୍ରମୁଖ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାଗତ ଜଣାଇଥିଲେ। ପିପିଲି ହାଟଛକ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଯୁବନେତା ପ୍ରଶାନ୍ତ କୁମାର ଦିକ୍ଷିତଙ୍କ ନେତୃତ୍ୱରେ ଦୁଇମନ୍ତ୍ରୀଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା।

- Advertisement -

ସେହିପରି ଦାଣ୍ଡମୁକୁନ୍ଦପୁର ଠାରେ ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ବେହେରା, ପ୍ରସନ୍ନ ସ୍ୱାଇଁଙ୍କ ନେତୃତ୍ୱରେ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଥିବା ବେଳେ ମାଳିବରାହି ଛକ ଠାରେ ସରପଞ୍ଚ ଦୌପଦୀ ପୃଷ୍ଟି, ମଙ୍ଗଳପୁର ବଜାର ଠାରେ ବରିଷ୍ଠନେତା ନନ୍ଦକିଶୋର ପରିଡ଼ା, ଗଦାଧର ପରିଡ଼ା, ପ୍ରଭାକର ପରିଡ଼ା, ଯୁବନେତା ବିଭୂତୀଭୂଷଣ ନାଥ ଓ ତେଇଶିପୁର ଠାରେ ଯୁବନେତା ବଳରାମ ବେହେରାଙ୍କ ନେତୃତ୍ୱରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ ସଂବର୍ଦ୍ଧନା ଜଣାଇଥିଲେ।

ବୀରପୁରୁଷୋତ୍ତମପୁର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେପି ନେତା କୃତିବାସ ମହାପାତ୍ରଙ୍କ ନେତୃତ୍ୱରେ କର୍ମୀମାନେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସାତଶଙ୍ଖ ବଜାର ଠାରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ମଣ୍ଡଳ ସଭାପତି ପ୍ରଦୀପ ପାତ୍ର, ଶ୍ୱେତକୁମାର ନାୟକ, ଲଡୁକିଶୋର ରାୟ, ସୁଧାଂଶୁ ପରିଡ଼ା ପ୍ରମୁଖଙ୍କ ନେତୃତ୍ୱରେ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ଜିଲା ପ୍ରଭାରୀ ତଥା ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଦଳର ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବରିଷ୍ଠ ବିଜେପି ନେତା ସୁକାନ୍ତ ଦାଶ, ଯୁବନେତା ଦେବୀପ୍ରସାଦ ମଲ୍ଲିକ, ଗଦାଧର ପରିଡା, ବିଜୟରତ୍ନ ଜେନା, ପବିତ୍ର ପ୍ରଧାନ, ଅକ୍ଷୟ ବେହେରା, ବିଜୟ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories