www.samajalive.in
Sunday, December 7, 2025
15.1 C
Bhubaneswar

ବିଲ୍ଡିଂ ମରାମତି କାର୍ଯ୍ୟ ନହେବା ଯୋଗୁଁ ଜେଏମ୍ଏଫସି କୋର୍ଟ ଖୋଲିବାରେ ବିଳମ୍ବ, ସାଧାରଣରେ ଅସନ୍ତୋଷ

ବେଗୁନିଆ: ୨୦୧୭ ମସିହାରୁ ବେଗୁନିଆରେ ଜେଏମ୍ଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଅସ୍ଥାୟୀ ଭାବେ ପ୍ରଥମେ କୋର୍ଟ ଯେଉଁ ବିଲ୍ଡିଂରେ କାମ କରିବ ସେହି ବିଲ୍ଡିଂଟି ଏବେ କାହା ଅଧୀନରେ ରହିଛି ତାହା ଜଣାପଡୁନାହିଁ। ଫଳରେ ମରାମତି ଏବଂ ନିର୍ମାଣ କାର୍ୟ୍ୟରେ ବିଳମ୍ବ ଦେଖା ଦେବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ୫ ବର୍ଷ ହେବ ଏଠାରେ କୋର୍ଟ ଖୋଲିବା ପାଇଁ ସ୍ଥିର ହୋଇଥିବାବେଳେ ପ୍ରଶାସନିକ ଉଦାସୀନତା ଏବଂ ଅବହେଳା ଯୋଗୁଁ ଆଜି ପର୍ୟ୍ୟନ୍ତ ଖୋଲାଯାଇ ପାରିଲା ନାହିଁ । ମିନି ଆଇଟିଆଇ ବିଲଡିଂରେ ପ୍ରଥମେ ଅସ୍ଥାୟୀ ଭାବେ କୋର୍ଟ ଗୃହ ଖୋଲିବା ପାଇଁ ପ୍ରସ୍ତାବ ରହିଛି । ଉକ୍ତ ବିଲ୍ଡିଂଟିର ମରାମତି କାର୍ୟ୍ୟ ପାଇଁ କେହି ମନଯୋଗ ନଦେବା ନିଶ୍ଚୟ ପରିତାପର ବିଷୟ । ଏହି ବିଲଡିଂ ଟି ୧୯୯୫ ମସିହାରେ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏଠାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟ ରେ ବ୍ଲକ କର୍ତୃପକ୍ଷ ନିର୍ମାଣ କରିଥିଲେ । କିନ୍ତୁ ଏବେ ବିଲ୍ଡିଂଟି କାହା ଅଧୀନରେ ରହିଛି ତାକୁ ନେଇ ଦୀର୍ଘ ଦିନ ହେବ ଘଣ୍ଟା ଚକଟା ଚାଲିଛି । ଫଳରେ ମରାମତି କାର୍ୟ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟୁଛି । କୋର୍ଟ ଖୋଲିବା କ୍ଷେତ୍ରରେ ପ୍ରଶାସନ ସମ୍ପୂର୍ଣ୍ଣ ନୀରବ ରହିଥିବା ବେଳେ ଗତ ଜୁଲାଇ ମାସ୧୩ ତାରିଖ ସମାଜରେ ଜେଏମ୍ଏଫସି ଅଦାଲତ ଖୋଲିବାରେ ଅନିଶ୍ଚିତତା ଖବର ପ୍ରକାଶ ପାଇବା ପରେ ଜିଲ୍ଲାଜଜ୍ କୋର୍ଟ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା ।

ଜିଲ୍ଲାଜଜ୍ ଶ୍ୟାମସୁନ୍ଦର ଦାସଙ୍କ ନିର୍ଦେଶ କ୍ରମେ ୧୪ ତାରିଖରେ କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର ଜିଲ୍ଲାପାଳଙ୍କ ପ୍ରସ୍ତାବକ୍ରମେ ପ୍ରସ୍ତାବିତ କୋର୍ଟ ଗୃହ ପରିଦର୍ଶନ କରି ବିଡିଓ ଏବଂ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ । ବିଧାୟକ ରାଜେନ୍ଦ୍ରକୁମାର ସାହୁଙ୍କ ସୁପାରିଶ କ୍ରମେ ଗ୍ରାମ୍ୟଉନ୍ନୟନ ବିଭାଗରୁ ମଞ୍ଜୁର ହୋଇଥିବା ୧୦ ଲକ୍ଷ ଟଙ୍କାର ଅନୁଦାନରେ ତୁରନ୍ତ ଘର ମରାମତି ସହିତ ଡାଏସ, ହାଜତ, ଉଇଟନେସ ବକ୍ସ, କୋର୍ଟ ରୁମ, ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ଏବଂ ଚାମ୍ବର ଆଦି ନିର୍ମାଣ କାର୍ୟ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରିବା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ କହିଥିଲେ । କିନ୍ତୁ ଇତି ମଧ୍ୟରେ ଘରଟି କାହା ଅଧୀନରେ ଅଛି ସେଥିପାଇଁ ଦୀର୍ଘଦିନ ଭିଡା ଓଟରା ଲାଗି ରହିଲା । ଫଳରେ ଗ୍ରାମ୍ୟଉନ୍ନୟନ ବିଭାଗକୁ ଘରଟି ହସ୍ତାନ୍ତର ନହେବାରୁ କର୍ତୃପକ୍ଷ କାର୍ୟ୍ୟ କରିବାରେ ତତ୍ପରତା ପ୍ରକାଶ କରୁନାହାନ୍ତି । ଯାହାଫଳରେ ୧୦ ଲକ୍ଷ ଟଙ୍କାର ଏଷ୍ଟିମେଟକୁ ଅନୁମୋଦନ ଦେବାରେ ଅବହେଳା କରୁଥିବାବେଳେ ମରାମତି କାର୍ୟ୍ୟ ଆରମ୍ଭ ହୋଇ ପାରୁନାହିଁ । ବ୍ଲକ କର୍ତୃପକ୍ଷଙ୍କୁ ସମ୍ପୃକ୍ତ ବିଲ୍ଡିଂର କୌଣସି ଫାଇଲ ମିଳୁ ନଥିବା ବେଳେ ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ ଗତ୧୭ ତାରିଖ ଦିନ ନିର୍ବାହୀଯନ୍ତ୍ରୀ ଗ୍ରାମ୍ୟଉନ୍ନୟନ ବିଭାଗ ଭୁବନେଶ୍ୱରଙ୍କୁ ଚିଠି କରି ବିଡିଓ ଘରଟି ହସ୍ତାନ୍ତର କରିଛନ୍ତି । ଏବେ ଗ୍ରାମ୍ୟଉନ୍ନୟନ ବିଭାଗ ତରଫରୁ ମରାମତି କାର୍ୟ୍ୟରେ କେତେ ତତ୍ପରତା ପ୍ରକାଶ ପାଉଛି ତାହା ଦେଖିବା ପାଇଁ ଜନସାଧାରଣ ଚାହିଁ ବସିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories