ରାଜ୍ୟଗୋଷ୍ଠୀ କ୍ରୀଡା: କୁସ୍ତିରେ ରାହୁଲ ଆଓ୍ୱାରେ ଓ  ସୁଶୀଲ କୁମାରଙ୍କୁ ସ୍ୱର୍ଣ୍ଣ

0

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆହୁରି ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । କୁସ୍ତିରେ ଭାରତକୁ ଏହି ସଫଳତା ମିଳିଛି ।  ରାହୁଲ ଆଓ୍ୱାରେ ପୁରୁଷ ୫୭ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ୨୬ ବର୍ଷିୟ ଖେଳାଳୀ କାନାଡାର ଷ୍ଟିଭେନ୍‌ ଟାକାହାସିଙ୍କୁ ପରାସ୍ତ କରିଛନ୍ତି । ଏହା ପୂର୍ବରୁ ସେ ପାକିସ୍ତାନର ମହମ୍ମଦ ବିଲାଙ୍କୁ ସେମି ଫାଇନାଲରେ ୧୨-୮ରେ ପରାସ୍ତ କରିଥିଲେ ।

ସେହିପରି ସୁଶୀଲ କୁମାର ଫ୍ରିଷ୍ଟାଇଲ୍‌ ୭୪ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ।

ମହିଳା କୁସ୍ତିରେ ବବିତା କୁମାରୀଙ୍କୁ ରୌପ୍ୟ ପଦକ ମିଳିଛି ।

Leave A Reply