www.samajalive.in
Saturday, December 13, 2025
18.1 C
Bhubaneswar

କ୍ରିକେଟ ବିଶ୍ବକପ : କମଳା ରଙ୍ଗର ଜର୍ସିକୁ ନେଇ ବିବାଦ

ନୂଆଦିଲ୍ଲୀ : ଚଳିତ ବିଶ୍ବକପରେ ଜୁନ ୩୦ ରବିବାର ହେବାକୁଥିବା ଘରୋଇ ଦଳ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳ ନୀଳ ରଙ୍ଗ ପରିବର୍ତ୍ତେ କମଳା ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ମ୍ୟାଚ୍ ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଛି। କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରିଛନ୍ତି। ସମାଜବାଦୀ ପାର୍ଟି ନେତା ଆବୁ ଆଜମୀ ଏହାକୁ ବିରୋଧ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଦ୍ୱାରା ଭାରତୀୟ ଦଳର ଜର୍ସିର ରଙ୍ଗରେ ପରିବର୍ତ୍ତନ କରାଯାଇଛି। ଭାରତର ପ୍ରତ୍ୟେକ ଜିନିଷରେ କମଳା ରଙ୍ଗ ଦେଖାଇବାକୁ ସରକାର ଯୋଜନା କରିଛନ୍ତି ବୋଲି ଆବୁ ଆଜମୀ କହିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିରାଟ ବାହିନୀ କମଳା ରଙ୍ଗର ଜର୍ସି ପିନ୍ଧିବେ। ପୋଷାକର କଲର(ଗଳା ବନ୍ଧ)ର ରଙ୍ଗ ନୀଳ ରହିବ। ସେହିପରି ପୋଷାକର ପଛ ଭାଗରେ ଖେଳାଳିଙ୍କ ନାମ ଏବଂ ଏହା ତଳକୁ ରହିଥିବା ସଂଖ୍ୟା ମଧ୍ୟ ନୀଳ ରଙ୍ଗରେ ଉଲ୍ଲେଖ ରହିଛି। ଆଇସିସି କହିଛି ଯେ, ବିଶ୍ଵକପରେ ଅଂଶଗ୍ରହଣ କରିଥିବା ଟିମ୍‌ଗୁଡ଼ିକୁ ୨ଟି ରଙ୍ଗର କିଟ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଇଭେଣ୍ଟ ଆୟୋଜନକାରୀ ଦେଶର ଟିମ୍‌ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ରଙ୍ଗର ଜର୍ସି ପରିଧାନ କରିବେ। ତେଣୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆୟୋଜକ ଟିମ୍‌ କେଉଁ ରଙ୍ଗର ଜର୍ସି ପିନ୍ଧିବ ତାହା ନିଶ୍ଚିତ କରିବାକୁ କୁହାଯାଇଥାଏ। ସେହି ଅନୁସାରେ ଆୟୋଜକ ଇଂଲଣ୍ଡର ଖେଳାଳିମାନେ ନୀର ରଙ୍ଗର ଜର୍ସି ପିନ୍ଧିବାକୁ ପସନ୍ଦ କରିଥିଲେ।

- Advertisement -

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକା ଟିମ୍‌ ଚଳିତ ବିଶ୍ଵକପରେ ବାଂଲାଦେଶ ବିପକ୍ଷ ୨ୟ ମ୍ୟାଚରେ ଜର୍ସି ପରିବର୍ତ୍ତନ କରିଥିଲା। ଦଳର ଖେଳାଳିମାନେ ପୂର୍ବରୁ ସବୁଜ ରଙ୍ଗର ଜର୍ସି ପିନ୍ଧୁଥିଲାବେଳେ ୨ୟ ମ୍ୟାଚରେ ହଳଦିଆ ରଙ୍ଗର ଜର୍ସି ପରିଧାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories