www.samajalive.in
Monday, December 15, 2025
14.1 C
Bhubaneswar

ବିଶ୍ବକପ କ୍ରିକେଟ : ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ,ବାଂଲାଦେଶ-​ନେଦରଲ୍ୟାଣ୍ଡ୍‌ସ ମୁକାବିଲା

ଧର୍ମଶାଳା/କଲକାତା  : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ୧୩ତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଧର୍ମଶାଳାରେ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆକୁ ଓ ଇଡେନଗାର୍ଡେନରେ ବାଂଲାଦେଶ-ନେଦରଲ୍ୟାଣ୍ଡ୍‌ସକୁ ଭେଟିବ।
ଟମ୍‌ ଲଥାମଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ଦଳ ଇଂଲଣ୍ଡ, ନେଦରଲ୍ୟାଣ୍ଡ୍‌ସ, ବାଂଲାଦେଶ ଓ ଆଫଗାନିସ୍ତାନକୁ ପରାସ୍ତ କରିଥିବାବେଳେ ଭାରତ ନିକଟରୁ ପରାଜିତ ହୋଇଥିଲା। ବ୍ୟାଟିଂରେ ଡିଭନ୍‌ କନ୍‌ୱେ, ଡ୍ୟାରେଲ ମିଚେଲ, ରଚିନ ରବୀନ୍ଦ୍ର ଓ ଟମ୍‌ ଲଥାମ ପ୍ରମୁଖ ଫର୍ମରେ ରହିଛନ୍ତି। ବୋଲିଂରେ ଟ୍ରେଣ୍ଟ ବୋଲ୍ଟ, ଲୁକି ଫର୍ଗୁସନ, ମିଚେଲ ସାଣ୍ଟନର ପ୍ରମୁଖ ଭୂମିକା ତୁଲାଉଛନ୍ତି। ଦଳ ​‌େ​‌ଶଷ ମ୍ୟାଚରେ ଭାରତ ନିକଟରୁ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ। ଅନ୍ୟପକ୍ଷ​‌େ​‌ର ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ​‌େ​‌ ହୋଇଥିବାବେଳେ ​‌େ​‌ଶଷ ୩ଟି ମ୍ୟାଚରେ ଶ୍ରୀଲଙ୍କା, ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍‌ସକୁ ପରାସ୍ତ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ବ୍ୟାଟିଂରେ ଡେଭିଡ୍‌ ୱାର୍ଣ୍ଣର ଓ ଗ୍ଲେନ ମ୍ୟାକ୍ସୱେଲ ଭଲ ଫର୍ମରେ ରହିଥିବାବେଳେ ମାର୍ନୁସ ଲାବୁସାନେ, ଷ୍ଟିଭ୍‌ ସ୍ମିଥ୍‌ ରନ କରୁଛନ୍ତି। ମିଚେଲ ମାର୍ଶ ଫର୍ମରେ ନଥିବାରୁ ତାଙ୍କ ସ୍ଥାନରେ କାମେରୁନ ଗ୍ରୀନ ଓପନିଂ କରିବାର ଆଶା କରାଯାଉଛି।
ବୋଲିଂରେ ମଧ୍ୟ ଆଡାମ ଜାମ୍ପା ବିପକ୍ଷ ଦଳର ୱିକେଟ ହାସଲ କରିବାରେ ସଫଳ ହେଉଛନ୍ତି। ଏହାଛଡ଼ା କମିନ୍‌ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉ୍ଡ୍‌ ଦ୍ରୁତ ବୋଲିଂ ବିଭାଗକୁ ସମ୍ଭାଳିବାରେ ସଫଳ ହୋଇଛନ୍ତି। ଦୁଇ ଦଳ ସମ ଦକ୍ଷତାପୂର୍ଣ୍ଣ ହୋଇଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ସେହିପରି ଇଡେନଗାର୍ଡେନରେ ନେଦରଲ୍ୟାଣ୍ଡ୍‌ସ ଓ ବାଂଲାଦେଶ ମୁହଁାମୁହିଁ ହେବେ। ବାଂଲାଦେଶ ୫ଟି ମ୍ୟାଚରୁ ୪ଟି ପରାଜୟ ଓ ଗୋଟିଏ ବିଜୟ୍ ହାସଲ କରିଛି। ବ୍ୟାଟିଂରେ ତାନଜିଦ୍‌ ହାସନ, ଲିଟନ ଦାସ, ସାକିବ୍‌ ଅଲ୍‌ ହାସନ, ମୁସ୍ତାଫିଜ୍ୟୁର ରହିମ,ମହମ୍ମଦୁଲ୍ଲା ଓ ନାଜମୋଲ ହୋସେନ ସାଣ୍ଟୋ ରହିଛନ୍ତି। ବୋଲିଂରେ ମୁସ୍ତାଫିଜ୍ୟୁର ରହେମାନ, ସୈରିଫୁଲ୍‌ ଇସ୍‌ଲାମ , ତସ୍କିନ ଅହମ୍ମଦ ଓ ନାସୁମ ଅହମ୍ମଦ ସେଭଳି ପ୍ରଦର୍ଶନ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। ନେଦରଲ୍ୟାଣ୍ଡ୍‌ସ ବିପକ୍ଷରେ ଦଳ ବିଜୟୀ ନେଇ ଆଶାବାଦୀ ରହିଛି। ସେହିପରି ସ୍କଟ ଇଡୱାର୍ଡସଙ୍କ ନେଦରଲାଣ୍ଡ୍‌ସ ମଧ୍ୟ ୫ଟି ମ୍ୟାଚ ଖେଳି ୪ଟି ପରାଜୟ ଓ ଗୋଟିଏ ବିଜୟ୍ ହାସଲ କରିଛି। ଦଳ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାରେ ସଫଳ ହୋଇଥିଲା। ବାଂଲାଦେଣ ବିପକ୍ଷରେ ଦଳ ବିଜୟୀ ନେଇ ବେଶ ଆଶାବାଦୀ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories