www.samajalive.in
Tuesday, December 9, 2025
15.1 C
Bhubaneswar

କଟା ଆଳୁ ପରଟା

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ବେସନ – ୧କପ
କଟା ପିଆଜ – ୧ଟି
କଞ୍ଚା ଲଙ୍କା – ୨ଟି
ଜୁଆଣି – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
କଟା ଆଳୁ – ୧ଟି
କଟା ଟମାଟୋ – ୧ଟି
ଗରମ ମସଲା – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ଜୁଆଣି, ଲୁଣ ,ପାଣି ପକାଇ ଭଲ ଭାବେ ଚକଟି ରଖନ୍ତୁ। ଏହା ପରେ ଅନ୍ୟ ଏକ ପାତ୍ରରେ ବେସନ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, କଟା ପିଆଜ, କଟା ଆଳୁ, କଟା ଟମାଟୋ, କଞ୍ଚା ଲଙ୍କା, ଧନିଆ ପତ୍ର, ଜିରା ଗୁଣ୍ଡ, ଗରମ ମସଲା, ପାଣି ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ ତାୱା ଗରମ କରନ୍ତୁ। ଅଟା ଚକଟାରୁ ଗୁଳା ପ୍ରସ୍ତୁତ କରି ବେଲି ଦିଅନ୍ତୁ ଓ ତାୱାରେ ସେକନ୍ତୁ। ଗୋଟେ ଫାଳ ସେକି ହୋଇଗଲେ ଏହା ଉପରେ ମିଶ୍ରଣ ପକାଇ ସାମାନ୍ୟ ତେଲ ପକାଇ କମ୍‍ ଆଞ୍ଚରେ ୨ରୁ ୩ ମିନିଟ ବସାନ୍ତୁ। ଏହା ପରେ ଏହାକୁ ଓଲଟାଇ ଦୁଇ ପଟକୁ ଭଲ ଭାବେ ସେକନ୍ତୁ। ପ୍ରସ୍ତୁତ ହୋଇଗଲା କଟା ଆଳୁ ପରଟା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories