www.samajalive.in
Tuesday, December 9, 2025
23.1 C
Bhubaneswar

ଦୈତ୍ୟ ନଗରୀରେ ସ୍ବତନ୍ତ୍ର ଟ୍ରେନ୍ : ବିଶେଷ ଲାଭବାନ୍ ହେବେନି ଚାକିରିଆ

ଭୁବନେଶ୍ୱର : ଏଣିକି କଟକ-ଭୁବନେଶ୍ବର ଦୈତ୍ୟ ନଗରୀ ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍। ବହୁ ଦିନର ଦାବି ପରେ ବ୍ୟବସାୟିକ ନଗରୀ କଟକ ଓ ପ୍ରଶାସନିକ ନଗରୀ ଭୁବନେଶ୍ବର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଲବାଇ ପକ୍ଷରୁ ଘୋଷଣା କରାଯାଇଛି। ଯାତ୍ରୀ ଭିଡ଼ ସମସ୍ୟା ଦୂର କରିବା ଏବଂ ଜନସଂଖ୍ୟା ବୃଦ୍ଧି ଜନିତ ଗାଡିମଟର ବୃଦ୍ଧି ଯୋଗୁଁ ଅହେତୁକ ଭିଡକୁ ଏଡାଇବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଉଛି। ଏହା ଦ୍ବାରା କଟକର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗୁଡିକ ସହିତ ଦୈତ୍ୟ ନଗରୀ ଯାତ୍ରୀମାନଙ୍କ ଗମନାଗମନ ସୁବିଧା ହେବ ବୋଲି ରେଲବାଇ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାକାଲିରୁ ଅର୍ଥାତ୍ ମାର୍ଚ୍ଚ ୧ରୁ ୩୧ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଏହି ଟ୍ରେନ୍ ଚାଲିବ।

ଭୁବନେଶ୍ୱର ଠାରୁ ଏହି ଟ୍ରେନ ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଯିବ ଓ ସେଠାରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଫେରିବ। ଟ୍ରେନ ଅପରାହ୍ନ ସାଢେ ୧ଟାରେ ଭୁବନେଶ୍ୱର ଠାରୁ ଛାଡି ଅପରାହ୍ନ ସାଢେ୨ଟାରେ କଟକରେ ପହଞ୍ଚିବ। କଟକରୁ ୨ଟା ୪୦ରେ ଛାଡ଼ି ସନ୍ଧ୍ୟା ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। କଟକ ସହରର ବହିର୍ଭାଗ ଯାତ୍ରୀ ମାନଙ୍କ ସହିତ ଆଠଗଡ଼, ଚୌଦ୍ୱାର, ନରାଜ ମାର୍ଥାପୁର, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀମାନେ ଉପକୃତ ହେବେ।

- Advertisement -

ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନରେ ରହଣି କରିବ। ସେହିପରି ଫେରିବା ବେଳେ କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରେପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନରେ ରହଣି କରିବ।

ତେବେ ପ୍ରତିଦିନ ଶହ ଶହ ଯାତ୍ରୀ କଟକ ଓ ଭୁବନେଶ୍ବର ମଧ୍ୟରେ ଯାତାୟାତ କରିବା ପାଇଁ ବସ ଓ ନଜିର ବ୍ୟକ୍ତିଗତ ଗାଡି ବ୍ୟବହାର କରୁଥିବା ବେ​‌ଳେ ଦୈତ୍ୟ ନଗରୀରେ ଏହି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। କିନ୍ତୁ ଟ୍ରେନ୍ ଚଳାଚଳ ପାଇଁ ନିର୍ଦ୍ଧାରିତ କରାଯାଇଥିବା ସମୟ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ନାପସନ୍ଦ କରାଯାଇଛି। କାରଣ ଏହି ସମୟ ପ୍ରାୟତଃ ସରକାରୀ ଓ ବେସରକାରୀ ଚାକିରିଆଙ୍କ ପାଇଁ ଉପଯୁକ୍ତ ନୁହେଁ। ଏହି ଟ୍ରେନ୍ ବ୍ୟବସ୍ଥାରୁ ଚାକିରିଆ ମାନେ ବିଶେଷ କିଛି ଲାଭବାନ୍ ହେବେ ନାହିଁ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories