www.samajalive.in
Saturday, December 6, 2025
14.1 C
Bhubaneswar

​‘ସମାଜ’ କାର୍ଯ୍ୟାଳୟରେ ଉପ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ

କଟକ: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର ମଧ୍ୟାହ୍ନରେ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ପରିଦର୍ଶନରେ ଆସିଥିଲେ। ଏଠାରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଦ୍ମଭୂଷଣ ରାଧାନାଥ ରଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ.ପ୍ରଭାସ ଆଚାର୍ଯ୍ୟଙ୍କ ସହ ଶ୍ରୀ ସିଂହଦେଓ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ‘ସମାଜ’ ବର୍ଷ ବର୍ଷ ଧରି ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସହ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିପାରିଛି ବୋଲି କହିଥିଲେ। ପରେ ‘ସମାଜ’ ମୁଦ୍ରଣାଳୟକୁ ସେ ବୁଲି ଦେଖିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ମନ୍ତ୍ରୀ ସମୀର ଦେ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ନୟନ କିଶୋର ମହାନ୍ତି, ବିନୋଦ ଦାସ, ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ‘ସମାଜ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିକୃତି ଓ ‘ସତ୍ୟବାଦୀ’ର ସେପ୍ଟେମ୍ବର ୨୦୨୪ ସଂଖ୍ୟା ପ୍ରଦାନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଏଥି ପୂର୍ବରୁ କଟକ ଚଣ୍ଡୀ ଏବଂ ଗଡ଼ଚଣ୍ଡୀଙ୍କ ସମେତ ଗଡ଼଼ଗଡ଼େଶ୍ବରଙ୍କ ଦର୍ଶନ କରିଥିଲେ।
ସେହିଭଳି ଅପରାହ୍ଣରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥ​‌ା ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ‘ସମାଜ’ କାର୍ଯ୍ୟାଳୟ ପରିଦର୍ଶନରେ ଆସିଥିଲେ। ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ମୁଦ୍ରଣାଳୟକୁ ବୁଲି ଦେଖିଥିଲେ। ‘ସମାଜ’ ଶହେ ବର୍ଷରୁ ଅଧିକ ସମୟ ଧରି ସମାଜସେବା ସହ ନିଚ୍ଛକ ଏବଂ ନିର୍ଭୀକ ଭାବେ ଖବର ପ୍ରକାଶ କରିଆସୁଛି। ଓଡ଼ିଶା ପ୍ରତି ‘ସମାଜ’ର ଅବଦାନ ଯଥେଷ୍ଟ ରହିଛି ବୋଲି କହିଥିଲେ। ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ.ପ୍ରଭାସ ଆଚାର୍ଯ୍ୟ ତାଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିକୃତି ଓ ‘ସତ୍ୟବାଦୀ’ର ସେପ୍ଟେମ୍ବର ୨୦୨୪ ସଂଖ୍ୟା ଉପହାର ଦେଇଥିଲେ। ‘ସମାଜ’ର ମାନବ ସମ୍ବଳ ଅଧିକାରୀ ସୟଦ ଇମ୍‌ତିଆଜ୍‌ ଅହମ୍ମଦ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories