www.samajalive.in
Sunday, December 7, 2025
14.1 C
Bhubaneswar

ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ହେବା ଉଚିତ: ଧର୍ମେନ୍ଦ୍ର

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ବଦଳିବା ଦରକାର। ବିଶ୍ବବିଦ୍ୟାଳୟ ନାଁ ଯେଉଁ ରେଭେନ୍ସାଙ୍କ ନାଁରେ ହୋଇଛି, ତାଙ୍କର ଭୂମିକା କ’ଣ ? ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ’ଣ କରୁଥିଲେ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବ ବିଷୟ କି ବୋଲି ଶନିବାର କଟକ ଓଡ଼ିଆବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟଠାରେ ଆୟୋଜିତ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ ଉଦ୍‌ଘାଟନୀ ସଭା​‌େ​‌ର ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ନାଁ ବଦଳିବା ମୋର ବ୍ୟକ୍ତିଗତ ମତ,ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି। ରେଭେନ୍ସାର ପୁରାତନ ଛାତ୍ରମାନେ ଏହାକୁ କଡ଼ା ଭାଷାରେ ବିରୋଧ କରିଛନ୍ତି। ଯେଉଁମାନେ ଆମ ସଂସ୍କୃତିକୁ ଅପମାନିତ କରିଛନ୍ତି, ସେମାନଙ୍କ ନାମକୁ ପରିବର୍ତ୍ତନ କରାଯାଉ; କିନ୍ତୁ ଟି.ଇ ରେଭେନ୍ସା ସେଭଳି କିଛି କରିନାହାନ୍ତି। ଓଡ଼ିଶାର ରାଜାମାନଙ୍କର ଅନୁଦାନରେ ରେଭେନ୍ସା କଲେଜ ନିର୍ମାଣ କରାଯାଇଥିଲା। ଟି.ଇ ରେଭେନ୍ସାଙ୍କ ସମୟରେ ଏହା ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ନାମକରଣ କରାଯାଇଛି। ରେଭେନ୍ସା ନାମ ହେଉଛି ଏକ ପରିଚୟ। ଜଣେ ବିଦେଶୀ ନାମ ଭାବେ ଯଦି ରେଭେନ୍ସାଙ୍କ ନାମକୁ ପରିବର୍ତ୍ତନ କରାଯାଏ, ତାହାଲେ ବିଦେଶରେ ଗାନ୍ଧୀଙ୍କ ନାମରେ ବି ରହିବା ଉଚିତ୍‌ ନୁହେଁ। ପୁରାତନ ଛାତ୍ର ଭାବେ ରେଭେନ୍ସା ନାମ ଏକ ଅସ୍ମିତା। ତେଣୁ ଓଡ଼ିଆ ଅସ୍ମିତା ନାମରେ ପରିଚୟ ନଷ୍ଟ କରାନଯିବା ଉଚିତ୍‌। ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ସତ୍ୟକାମ ମିଶ୍ର ଏହାକୁ ହୀନମନ୍ୟତା କହି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ଘୋର ବିରୋଧ କରିଛନ୍ତି। ସେ କହିଛନ୍ତି, ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ବିତର୍କର ଆବଶ୍ୟକତା ନାହିଁ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ରେଭେନ୍ସା ସାହେବଙ୍କ ଅବଦାନ ଅତୁଳନୀୟ। ୧୨ବର୍ଷ କାଳ ସେ ଓଡ଼ିଶାର କମିସନର ଥିଲେ। ଏହି ସମୟ ମଧ୍ୟରେ ତାଙ୍କର ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବଡ଼ ଅବଦାନ ରହିଥିଲା। ସେତେବେଳେ ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଓଡ଼ିଆରେ ପାଠପଢ଼ା ଯାଉନଥିଲା। ବ୍ରିଟିଶ ସରକାର ବଙ୍ଗଳା ଭାଷା​‌ରେ ଶିକ୍ଷାଦାନ ନିମନ୍ତେ ଗୁରୁତ୍ବାରୋପ କରୁଥିଲେ। ଟି.ଇ ରେଭେନ୍ସା ସେ ସମୟରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ନିମନ୍ତେ ବିଟ୍ରିଶ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ସେତେବେଳେ ବ୍ରିଟିଶ ସରକାର ଓଡ଼ିଆରେ କୌଣସି ପାଠ୍ୟପୁସ୍ତକ ନଥିବା ଆଳ କରି ଓଡ଼଼ିଆରେ ଶିକ୍ଷାଦାନ କରା ନଯିବା ପାଇଁ ଚକ୍ରାନ୍ତ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପ୍ରଚେଷ୍ଟାରେ ଅପସନାଲ ଭାବେ ଓଡ଼ିଆରେ ପାଠପଢ଼ା ହୋଇଥିଲା। ନଅଙ୍କ ଦୁର୍ଭିକ୍ଷ ପରେ ପରେ ସବୁ ସ୍ଥାନରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା। ତାଙ୍କ ଉଦ୍ୟମରେ ପୁଣି ଥରେ ବିଦ୍ୟାଳୟଗୁଡ଼ିକ ଖୋଲିଥିଲା। ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ସେମାନେ ଏପରି କହିବେ। ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ ବୋଲି ସେ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories