ଅଭିଯୁକ୍ତକୁ ଧରିବା ବେଳେ ପୁଲିସ ହଟହଟ୍ଟା; ଆକ୍ରମଣ କଲେ ମହିଳା
କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ ଓ ଚୋରି ବଢ଼ିବାରେ ଲାଗିଛି । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଡେରାବିଷ ଥାନା ଏଣ୍ଡର ଗ୍ରାମକୁ ଯାଇଥିବାବେଳେ ସଙ୍ଗବଦ୍ଧ ଭାବେ ମହିଳା ମାନେ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଜବରଦସ୍ତ ଛଡାଇ ନେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ମହିଳା ମାନେ ପୁଲିସକୁ ଆକ୍ରମଣ କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, ମାସକ ପୂର୍ବେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଯାଇଥିବା ବେଳେ ଅଭିଯୁକ୍ତର ସମ୍ପର୍କୀୟ ମାନଙ୍କ ସହ ପୁଲିସର ଖଣ୍ଡ ଯୁଦ୍ଧ ହୋଇଥିଲା । ଏହି ବସ୍ତିଟି ମାହାଙ୍ଗା ଡେରାବିଷ ଥାନା ସୀମାନ୍ତରେ ଅବସ୍ଥିତ । ତେଣୁ ଏହି ଲୋକ ମାନେ ମାହାଙ୍ଗା ଅଞ୍ଚଳରେ ବହୁ ଅପରାଧୀକ କାର୍ଯ୍ୟ ଘଟାଇଥାନ୍ତି ବୋଲି ପୁଲିସ ଅନୁମାନ କରୁଛି । ଲୁଟ ଠାରୁ ଆରମ୍ଭ କରି ରାହାଜାନୀ ଚୋରି ଆଦି ଘଟଣାରେ ଏହି ଲୋକ ମାନଙ୍କର ସଂପୃକ୍ତି ଥିବା କୁହାଯାଉଛି ।
Comments are closed.