www.samajalive.in
Sunday, December 7, 2025
14.1 C
Bhubaneswar

ଯୁବକଙ୍କ ଉନ୍ମତ୍ତ କାଣ୍ଡ: ସର୍ବ ସମ୍ମୁଖରେ ମାରଣାସ୍ତ୍ରରେ ବ୍ୟକ୍ତିଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: କଟକରେ ଜଣେ ମାନସିକ ବିକୃତ ଯୁବକ ସର୍ବ ସମ୍ମୁଖରେ ଅନ୍ୟଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଘଟଣା ଘଟିଛି କଟକ ଓଡ଼ିଆ ବଜାର ଅଞ୍ଚଳରେ। ଜଣେ ଯୁବକ ନିଜ ସ୍କୁଟିରେ ବସି ଫୋନରେ କଥା ହେଉଥିବାବେଳେ ତାଙ୍କ ନିକଟରେ ହାତରେ ମାରଣାସ୍ତ୍ର ଧରି ଛିଡ଼ା ହୋଇଥିବା ମାନସିକ ବିକୃତ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିଲା।

ଏହାପରେ ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ ଅଟକ ରଖି ନିର୍ଦ୍ଧୁମ ଛେଚି ପୁଲିସ ଜିମା ଦେଇଛନ୍ତି। ତେବେ ଆକ୍ରମଣ କରିଥିବା ଯୁବକ ଜଣକ ମାନସିକ ବିକୃତ ବୋଲି ପୁଲିସ ସୂଚନା ଦେଇଛି। ଏହି ଘଟଣାରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା କହିଛି ପୁଲିସ। ଅକ୍ଟୋବର ୧୬ ତାରିଖରେ ଏହି ଘଟଣା ଘଟିଥିବା କୁହାଯାଉଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories