www.samajalive.in
Monday, December 15, 2025
15.1 C
Bhubaneswar

ବଲାଙ୍ଗୀର ଜିଲା ଅସିଚାଳନା ସଂଘକୁ ମିଳିଲା ୧୪ଟି ସ୍ବର୍ଣ୍ଣ

କଟକ: ଗତ ଅକ୍ଟୋବର ୧୪ରୁ୧୬ ପର୍ଯନ୍ତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଓଡିଶା ଅନ୍ତଃ-ଜିଲ୍ଲା ଅସିଚାଲନା ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଅସିଚାଳନା ସଂଘକୁ ୧୪ଟି ସ୍ବର୍ଣ୍ଣ , ୧୬ଟି ରୋପ୍ୟ ଏବଂ ୧୮ଟି କାଂଶ୍ୟ ପଦକ ମିଳିଛି। ବଲାଙ୍ଗୀର ଅସିଚାଲନା କ୍ଲବ ୩ଟି ସ୍ବର୍ଣ୍ଣ ଏବଂ ୭ଟି କାଂଶ୍ୟ ପଦକ ହାସଲ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।
ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଶ୍ରେଷ୍ଠ ଖେଳାଳି ଭାବରେ ବଲାଙ୍ଗୀରର ଆକାଶ କୁମାର ମାଝି ସମ୍ମାନିତ ହୋଇଥିବା ବେଳେ ମହିଳା ବର୍ଗ ଶ୍ରେଷ୍ଠ ଖେଳାଳି ଭାବରେ ବଲାଙ୍ଗୀରର ଝରଣା ସେଠକୁ ସମ୍ମାନିତ କରଯାଇଛି । ଅସିଚାଳନା ପ୍ରତିଯୋଗିତା ରାଜ୍ୟ କ୍ରୀଡା ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ସାଂଗଠନିକ ସମ୍ପାଦକ ସୁମତ ରଞ୍ଜନ ପୁରୋହିତ ଧନ୍ୟବାଦ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ସେଣ୍ଟ ଜଭିୟର ଗ୍ରୁପ ପରିଚାଳନା ନିର୍ଦେଶକ ଜି. ଏସ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ କ୍ରୀଡା ବିଭାଗର ଅଫିସର ସରୋଜ କୁମାର ପ୍ରଧାନ ଯୋଗଦେଇ ଥିଲେ ରାଜ୍ୟ ଅସିଚାଳନାସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଅନ୍ୟମାନଙ୍କ ମଧ୍ୟରେ ରମେଶ ମଲ୍ଲିକ ସହଦେବ ରାଉତ, ରାଜ୍ୟ କ୍ରୀଡା ବିଭାଗ ରେ ଅସିଚାଲନା କୋଚ ସୁକାନ୍ତ ସେଠ ଏବଂ ନିତିନ ସ୍ୱଇଁ, ଅସିଚାଳନା  ସଂଘ କୋଚ ଅନ୍ୟଷା ରାଉତ, ରୋଶନ ସାହୁ, ସାହିଲ କୁମ୍ଭାର, ସଦାମିନୀ କାଣ୍ଡି, ଅନୁକଳ୍ପା ଯୋଶୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories