www.samajalive.in
Monday, December 15, 2025
16.1 C
Bhubaneswar

ଐତିହାସିକ ବାଲିଯାତ୍ରା ଉଦ୍‌‌ଘାଟିତ ; ‘ଗୌରବମୟ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ’

କଟକ : ବାଲିଯାତ୍ରା ଆମ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିରଖିଛି । ବାଲିଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କର ଐତିହ୍ୟ, ସଂସ୍କୃତି ସହିତ ଜଡିତ ହୋଇରହିଛି । ଏକ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବାକୁ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଆହ୍ୱାନ ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ-୨୦୨୩କୁ ଉଦ୍‌‌ଘାଟନ କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ, ପୁଣ୍ୟତୋୟା ମହାନଦୀ କୂଳରେ ଅନେକ ସଭ୍ୟତା ଗଢିଉଠିଛି। ଏହି ନଦୀ ଦେଇ ସାଧବପୁଅମାନେ ଜାଭା, ସୁମାତ୍ରା ଦ୍ୱୀପକୁ ବାଣିଜ୍ୟ କରିବାକୁ ଯାଉଥିଲେ। କାଳର କରାଳ ଗର୍ଭରେ ସାଧବପୁଅଙ୍କ ଗୌରବମୟ ଐତିହ୍ୟ ଆଜି ଇତିହାସ ପାଲଟିଯାଇଛି । ଦିନକୁ ଦିନ ଏହା ବ୍ୟାପ୍ତ ହୋଇ ଆଜି ଗଣପର୍ବରେ ପରିଣତ ହୋଇଥିବା ଶ୍ରୀ ଆରୁଖ କହିଥିଲେ। ଜିଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ସଭାରେ ମୁଖ୍ୟବକ୍ତାଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ ବାଲିଯାତ୍ରାର ଐତିହ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥିଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଡା. ପ୍ରମୋଦ ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ମହମ୍ମଦ ମୋକିମ, ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଚନ୍ଦ୍ରସାରଥି ବେହେରା, ସାଂସଦ ରାଜଶ୍ରୀ ମଲ୍ଲିକ, ମେୟର ସୁବାସ ସିଂହ, ଜିଲା ପରିଷଦ ସଭାପତି କିଶୋରଚନ୍ଦ୍ର ମିଶ୍ର, ଉପସଭାପତି ସୁଭଦ୍ରା ଦାସ, ଡେପୁଟିମେୟର ଦମୟନ୍ତୀ ମାଝି ପ୍ରମୁଖ ଉଦ୍‌‌ବୋଧନ ଦେଇ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରିଥିଲେ। ଆଗାମୀ ଦିନରେ ଏହି ପ୍ରସଙ୍ଗ ସଂସଦରେ ଉଠାଯିବ ବୋଲି ବକ୍ତାମାନେ କହିଥିଲେ। ଜିଲାପାଳ ଶ୍ରୀ ସେଠୀ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ବାଲିଯାତ୍ରା ସ୍ମରଣିକା-୨୦୨୩କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories