www.samajalive.in
Monday, December 15, 2025
16.1 C
Bhubaneswar

ବାଲିଯାତ୍ରାରେ ଅଘଟଣ – ଫସିଲା ଦୋଳି ଶୂନ୍ୟରେ ଲଟକିଲେ ୧୬ ଜଣ

କଟକ- କଟକ ବାଲିଯାତ୍ରାରେ ଅଘଟଣ । ଏକ ଦୋଳି ଅଚଳ ହେବାରୁ ଶୂନ୍ୟରେ ଏଥିରେ ବସିଥିବା ଲୋକ ଫସି ରହିଥିଲେ । ୧୬ ଜଣ ଲୋକ ଏକ ଦୋଳିରେ ଥିବା ବେଳେ ଏହା ହଠାତ୍‌ ବନ୍ଦ ହୋଇଯାଇଥିଲା । ଦୋଳିର ମଟରଟି ଖରାପ ହୋଇଯାଇଥିଲା । ଏଥିରେ ଲୋକଙ୍କ ସହ କୁନିକୁନି ପିଲା ଫସିଯାଇଥିଲେ ।୭୦ ଫୁଟ୍‌ ଉପରେ ଏମାନେ ଫସି ରହିଥିଲେ । ୨ ଘଣ୍ଟା ଧରି ଏମାନେ ଫସି ରହିଥିଲେ ।

ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଏକ ଅଘଟଣ ଘଟିଛି। ପ୍ରାୟ ୧୬ ଜଣ େଲାକ ଏକ ବୃହତ୍‌କାୟ ହାମର ଭଳି ଜେସିବି ​‌​‌ଦୋଳିରେ ବସି ମଜା ନେଉଥିବାବେଳେ ହଠାତ୍ ତାହା ବନ୍ଦ ହୋଇଯିବାରୁ ପ୍ରାୟ ୭୦ ଫୁଟ ଉଚ୍ଚରେ ସେମାନେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ। ପରେ ଏକ ବୃହତ୍‌କାୟ ଯନ୍ତ୍ର (ବ୍ରୋଣ୍ଟୋ ସ୍କାଇଲିଫ୍ଟ) ମେଳା ପଡିଆକୁ ଅଣାଯାଇ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଉଦ୍ଧାର କରାଯାଉଛି। ଅଗ୍ନିଶମ ବିଭାଗ ସହାୟତାରେ ରାତି ୧୨ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୬ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।
ମିଳିଥିବା ସୂଚନାନୁଯାୟୀ, ଦୋଳି ବୁଲୁଥିବାବେଳେ ହଠାତ୍ ମୋଟର ଅକାମୀ ହୋଇପଡିଥିଲା। ଫଳରେ ଉଭୟ ପଟେ ୮ ଜଣ ଲେଖାଏଁ ଲୋକ ଫସି ଯାଇଥିଲେ। ଦୋଳିକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଏହାର ଅପରେଟର ତୁରନ୍ତ ବ୍ରେକ୍‌ ଲଗାଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା। ଦୋଳିର ତଳ ଅଂଶରେ ଥିବା େଲାକେ କୌଣସିମତେ ଓହ୍ଲାଇ ପଡିଥି​ଲେ ଓ ଉପର ଲାକେ ଫସି ରହିଥିଲେ। ଧୀରେ ଧୀରେ ବ୍ରୋଣ୍ଟୋ ସ୍କାଇ ଲିଫ୍ଟ ଜରିଆରେ ଅତି ସତର୍କତାର ସହ ଜଣକ ପରେ ଜଣକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ବାଲିଯାତ୍ରାରେ ଦୋଳିରେ ବସି ମଜା ନେଉଥିବା ଲୋକଙ୍କ ଭିତରେ ଛାନିଆ ପଶିଯାଇଥିଲା।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories