www.samajalive.in
Wednesday, December 10, 2025
23.1 C
Bhubaneswar

ବାଲିଯାତ୍ରାରେ ଅଘଟଣ – ଫସିଲା ଦୋଳି ଶୂନ୍ୟରେ ଲଟକିଲେ ୧୬ ଜଣ

କଟକ- କଟକ ବାଲିଯାତ୍ରାରେ ଅଘଟଣ । ଏକ ଦୋଳି ଅଚଳ ହେବାରୁ ଶୂନ୍ୟରେ ଏଥିରେ ବସିଥିବା ଲୋକ ଫସି ରହିଥିଲେ । ୧୬ ଜଣ ଲୋକ ଏକ ଦୋଳିରେ ଥିବା ବେଳେ ଏହା ହଠାତ୍‌ ବନ୍ଦ ହୋଇଯାଇଥିଲା । ଦୋଳିର ମଟରଟି ଖରାପ ହୋଇଯାଇଥିଲା । ଏଥିରେ ଲୋକଙ୍କ ସହ କୁନିକୁନି ପିଲା ଫସିଯାଇଥିଲେ ।୭୦ ଫୁଟ୍‌ ଉପରେ ଏମାନେ ଫସି ରହିଥିଲେ । ୨ ଘଣ୍ଟା ଧରି ଏମାନେ ଫସି ରହିଥିଲେ ।

ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଏକ ଅଘଟଣ ଘଟିଛି। ପ୍ରାୟ ୧୬ ଜଣ େଲାକ ଏକ ବୃହତ୍‌କାୟ ହାମର ଭଳି ଜେସିବି ​‌​‌ଦୋଳିରେ ବସି ମଜା ନେଉଥିବାବେଳେ ହଠାତ୍ ତାହା ବନ୍ଦ ହୋଇଯିବାରୁ ପ୍ରାୟ ୭୦ ଫୁଟ ଉଚ୍ଚରେ ସେମାନେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ। ପରେ ଏକ ବୃହତ୍‌କାୟ ଯନ୍ତ୍ର (ବ୍ରୋଣ୍ଟୋ ସ୍କାଇଲିଫ୍ଟ) ମେଳା ପଡିଆକୁ ଅଣାଯାଇ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଉଦ୍ଧାର କରାଯାଉଛି। ଅଗ୍ନିଶମ ବିଭାଗ ସହାୟତାରେ ରାତି ୧୨ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୬ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।
ମିଳିଥିବା ସୂଚନାନୁଯାୟୀ, ଦୋଳି ବୁଲୁଥିବାବେଳେ ହଠାତ୍ ମୋଟର ଅକାମୀ ହୋଇପଡିଥିଲା। ଫଳରେ ଉଭୟ ପଟେ ୮ ଜଣ ଲେଖାଏଁ ଲୋକ ଫସି ଯାଇଥିଲେ। ଦୋଳିକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଏହାର ଅପରେଟର ତୁରନ୍ତ ବ୍ରେକ୍‌ ଲଗାଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା। ଦୋଳିର ତଳ ଅଂଶରେ ଥିବା େଲାକେ କୌଣସିମତେ ଓହ୍ଲାଇ ପଡିଥି​ଲେ ଓ ଉପର ଲାକେ ଫସି ରହିଥିଲେ। ଧୀରେ ଧୀରେ ବ୍ରୋଣ୍ଟୋ ସ୍କାଇ ଲିଫ୍ଟ ଜରିଆରେ ଅତି ସତର୍କତାର ସହ ଜଣକ ପରେ ଜଣକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ବାଲିଯାତ୍ରାରେ ଦୋଳିରେ ବସି ମଜା ନେଉଥିବା ଲୋକଙ୍କ ଭିତରେ ଛାନିଆ ପଶିଯାଇଥିଲା।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories