www.samajalive.in
Saturday, December 13, 2025
26.1 C
Bhubaneswar

କୋଡ୍‌ ୱାର୍ଡ ‘ଦାୱତ’ ଓ ବିସ୍ଫୋରକ ପାଇଁ କୋଡ୍‌ ୱାର୍ଡ ‘ବିରିୟାନି’-ନିଶାଣରେ ଥିଲା ରାମ ମନ୍ଦିର ଓ ସେନା ଭବନ

ନୂଆଦିଲ୍ଲୀ : ଟାର୍ଗେଟ (ନିଶାଣ) ଭୁଲ୍ ହେବାରୁ ଲାଲକିଲାରେ ବିସ୍ଫୋରଣ ଘଟି ୧୨ଜଣଙ୍କର ଜୀବନ ହାନି ଘଟିଛି। ଟାର୍ଗେଟ ଠିକ୍ ହୋଇଥିଲେ ଏହି ବିସ୍ଫୋରଣ ଆହୁରି ଭୟଙ୍କର ହୋଇଥାନ୍ତା ଓ ଅନେକ ଲୋକଙ୍କ ଜୀବନହାନି ଘଟିଥାନ୍ତା ବୋଲି ତଦନ୍ତରୁ ଜଣାପଡିଛି। ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ଏ​‌େ​‌ଜନ୍ସିର ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି। ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣକାରୀ ଡାକ୍ତର ଉମର ନବିର ଟାର୍ଗେଟରେ ଲାଲ୍‌କିଲା ନଥିଲା। ତା’ର ଟାର୍ଗେଟରେ ଥିଲା ଉତ୍ତରପ୍ରଦେଶ ଅଯୋଧ୍ୟାର ଶ୍ରୀରାମ ମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର, ଦିଲ୍ଲୀ ବିଜେପି ମୁଖ୍ୟାଳୟ, ସେନା ଭବନ, ବାୟୁସେନା କାର୍ଯ୍ୟାଳୟ ଓ ସଂସଦ ମାର୍ଗ। ଏପରି କି ଉମର ପାଖରେ ଆବଶ୍ୟକ ବିସ୍ପୋରକ ସାମଗ୍ରୀ ନଥିଲା। ନଚେତ୍ ସେ ଆହୁରି ବଡ ତୀବ୍ରତାର ବିସ୍ଫୋରଣ ଘଟାଇଥାନ୍ତା।

ଉମର ଓ ତା’ର ସହଯୋଗୀମାନେ ବିପୁଳ ପରିମାଣର ବିସ୍ଫୋରକ ଯୋଗାଡ କରିଥିଲେ। ଦୁଇବର୍ଷ ଧରି ସେମାନେ ବିସ୍ଫୋରକ ଯୋଗାଡରେ ଲାଗିଥିଲେ। ବିସ୍ଫୋରକ ଯୋଗାଡ ପରେ ଗତ ୩୦ ଦିନ ହେଲା ସେମାନେ ଦିଲ୍ଲୀ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ। ଦିଲ୍ଲୀ ବିସ୍ଫୋରଣକାରୀ ଉମର ସହିତ ଫରିଦାବାଦ ଅଲ୍‌ ପଲାହ ମେଡିକାଲରୁ ଗିରଫ ଡାକ୍ତରଙ୍କର ସମ୍ପର୍କ ରହିଛି। ଗିରଫ ମହିଳା ଡାକ୍ତର ସାହିନ ସହିଦର ଚାଟିଂରୁ ଜଣାପଡିଛି ଯେ ସେମାନେ ଦିଲ୍ଲୀ ବିସ୍ଫୋରଣ ପାଇଁ ବିସ୍ଫୋରକ ଯୋଗାଡ କରିଥିଲେ। ସାହିନ ତା’ର ଚାଟିଂରେ ବିସ୍ଫୋରଣ ପାଇଁ କୋଡ୍‌ ୱାର୍ଡ ‘ଦାୱତ’ ଓ ବିସ୍ଫୋରକ ପାଇଁ କୋଡ୍‌ ୱାର୍ଡ ‘ବିରିୟାନି’ ବ୍ୟବହାର କରିଥିଲା। ସାହିନ ଲେଖିଥିବା ‘ଦାୱତ କେ ଲିଏ ବିରିୟାନି ତୟାର ହେ (ବିସ୍ଫୋରଣ ପାଇଁ ବିସ୍ଫୋରକ ପ୍ରସ୍ତୁତ)। ଦିଲ୍ଲୀ ବିସ୍ଫୋରଣ ଘଟଣାର ବିଭିନ୍ନ ଦିଗରୁ ଚାଲିଥିବା ତଦନ୍ତ କ୍ରମରେ ୧୫୦୦ ଲୋକଙ୍କୁ ଅଟକ ରଖାଗଲାଣି। ଅଟକ ଲୋକଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା ଚାଲିଛି।

- Advertisement -

ଦିଲ୍ଲୀରେ ଯେଉଁ ବିସ୍ଫୋରଣ ଘଟିଛି ତାହା ଜୈସ-ଇ-ମହମ୍ମଦ ମଡ୍ୟୁଲ୍‌ ଦ୍ବାରା କରାଯାଇଛି। ହରିୟାଣାର ଫରିଦାବାଦରୁ ଧରାପଡିଥିବା ଟେରର ମଡ୍ୟୁଲ୍‌ (ଡାକ୍ତର ଦଳ) ହିଁ ଏହି ବିସ୍ଫୋରଣର ଷଡଯନ୍ତ୍ରକାରୀ ବୋଲି କୁହାଯାଇଛି। ଏହି ଘଟଣା ଉପରେ ତଦନ୍ତ ପାଇଁ ଏନଆଇଏ ଏହାର ଏକ ସ୍ବତନ୍ତ୍ର ଦଳ ଗଠନ କରିଛି। ଏହି ଟେରର ମଡ୍ୟୁଲରେ ଅନ୍ୟ କେଉଁମାନେ ସମ୍ପୃକ୍ତ ତା’ର ତଦନ୍ତ ଚାଲିଛି। ଫରିଦାବାଦ ଟେରର ମଡ୍ୟୁଲରେ ସମ୍ପୃକ୍ତ ଅଲ୍‌ ଫଲାହ ମସ୍‌ଜିଦର ଇମାମ୍‌ ହାଫିଜ୍ ମହମ୍ମଦ ଇସ୍ତିୟାକଙ୍କୁ ଗିରଫ କରାଯାଇଛି। ନଭେମ୍ବର ୧୦ (୧୦/୧୧)ରେ ଦିଲ୍ଲୀର ଲାଲକିଲାରେ ବିସ୍ଫୋରଣ ଘଟି ୧୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୨୫ଜଣ ଆହତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories