www.samajalive.in
Tuesday, December 9, 2025
26.1 C
Bhubaneswar

ଆଜିଠୁ ଐତିହାସିକ ବାଲିଯାତ୍ରା

କଟକ : ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍‌ଘାଟନ କରିବେ। ଏଥିରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ (ହାଇ କମିସନର) ଯୋଗଦେବେ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭଜନ ସହ ଇଣ୍ଡୋନେସିଆ ବାଲିର ସଂସ୍କୃତିକୁ ନେଇ ଅନ୍ତର୍ଜାତୀୟ କଳାକାରଙ୍କ ଦ୍ବାରା ନୃତ୍ୟ ପରିବଷେଣରେ ଆରମ୍ଭ ହେବ ପ୍ରଥମ ସାଂସ୍କୃତିକ ସନ୍ଧ୍ୟା। ଅକ୍ଷୟ ମହାନ୍ତି ମଞ୍ଚରେ ପଙ୍କଜ ଜାଲ ସଙ୍ଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି। ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଚଳିତଥର ବାଲିଯାତ୍ରାରେ ଅନେକ ନୂଆ ଘଟିବାକୁ ଯାଉଛି। ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରଚାର ପ୍ରସାର ପାଇଁ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବୃଣେଇ ଭଳି ବିଭିନ୍ନ ରାଷ୍ଟ୍ରରୁ ଅତିଥିମାନେ ଯୋଗଦେବେ। ମନୋରଞ୍ଜନ ନିମନ୍ତେ ବଲିଉଡ୍‌ ନାଇଟ୍‌ ସହ ଲେଜର ଶୋ, ଡ୍ରୋନ୍ ଶୋ, କାଇଟ୍ ଫେଷ୍ଟିଭାଲ ଆଦି ବ୍ୟବସ୍ଥା କରାଯାଇଛି। ଉପର ପଡ଼ିଆ ଓ ତଳ ପଡ଼ିଆକୁ ମିଶାଇ ଯାତ୍ରାରେ ୨୫୦୦ରୁ ଅଧିକ ଛୋଟ ବଡ଼ ଷ୍ଟଲ ସ୍ଥାନ ପାଇଛି। ସେଥିମଧ୍ୟରୁ ଓର୍‌ମାସର ରହିଛି ୫୦୦ ଷ୍ଟଲ। ଚଳିତଥର ୭ଟି ଅନ୍ତର୍ଜାତୀୟ ଷ୍ଟଲ ମଧ୍ୟ ସ୍ଥାନ ପାଇଛି।
ବାଲିଯାତ୍ରାରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଚଳିତଥର ତଳ ପଡ଼ିଆରେ ୩ଟି ମୁଖ୍ୟ ପ୍ରବେଶ ଦ୍ୱାର ଏବଂ ଗୋଟିଏ ଜରୁରୀକାଳୀନ ପ୍ରବେଶ /ପ୍ରସ୍ଥାନ ଦ୍ୱାର ଖୋଲାଯିବା ସହ ପଡ଼ିଆ ମଧ୍ୟରେ ଗମନାଗମନ ନିମନ୍ତେ ୪ଟି ରାସ୍ତା କରାଯାଇଛି। ଏଥିସହ ରାସ୍ତା କଡ଼ରେ ଉଠାଦୋକାନୀଙ୍କୁ ବ୍ୟବସାୟ ନିମନ୍ତେ ବାରଣ କରାଯାଇଛି। ଧୂଳି ନିୟନ୍ତ୍ରଣ ପାଇଁ ରାସାୟନିକ ମିଶ୍ରଣ ସ୍ପ୍ରେ କରାଯାଉଛି। ପଡ଼ିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ୩୮୫ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି। ବୟସ୍କ ଏବଂ ଭିନ୍ନକ୍ଷମମାନଙ୍କ ନିମନ୍ତେ ଇ ରିକ୍ସା ବ୍ୟବସ୍ଥା କରାଯାଇଛି। ପଡ଼ିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ବଚ୍ଛ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି। ନଦୀ କୂଳରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories