କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଦିନ ଆଡମ୍ବରରେ ଶିଶୁ ଦିବସ ପାଳନ କରାଯାଇଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ବିଦ୍ୟାଳୟରେ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶିଶୁ ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜୀତ କୁମାର ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ତାପସ କୁମାର ଦଳାଇଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପିଲାଙ୍କ ଗହଣରେ ରହି ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ବିଷୟରେ ସୁନ୍ଦର ବକ୍ତବ୍ୟ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିଥିଲେ।
Popular Categories



