www.samajalive.in
Sunday, December 14, 2025
17.1 C
Bhubaneswar

ସରିଲା ବାଲିଯାତ୍ରା, ୯ ଦିନରେ ୩୦୦ କୋଟି କାରବାର

କଟକ: ଦୀର୍ଘ ୯ଦିନ ଧରି ଚାଲିଥିବା କଟକର ଐତିହାସିକ ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ ମଙ୍ଗଳବାର ଉଦ୍‌‌ଯାପିତ ହୋଇଯାଇଛି। ବାଲିଯାତ୍ରା ସହିତ ୨ମାସ ଧରି କଟକ ସହରରେ ଲାଗି ରହିଥିବା ପାର୍ବଣର ପରିସମାପ୍ତି ଘଟିଛି। ବାଲିଯାତ୍ରାର ଶେଷଦିନରେ ୨ଟି ଯାତ୍ରା ପଡ଼ିଆରେ ଅପରାହ୍ଣରୁ ଗହଳି ଲାଗିଥିଲା। ଶେଷ ଦିନରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଯାତ୍ରାରେ ଷ୍ଟଲ ଖୋଲିଥିବା ବ୍ୟବସାୟୀମାନେ ଶେଷ ଦିନରେ ଭଲ ବ୍ୟବସାୟ କରିଛନ୍ତି। ଏଥର ମଧ୍ୟ ଓରମାସ ପକ୍ଷରୁ ଖୋଲାଯାଇଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ରେକର୍ଡ ବ୍ୟବସାୟ ହୋଇଛି। ମଙ୍ଗଳବାର ଶେଷ ଦିନରେ ପ୍ରାୟ ୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧି୍‌‌କାରୀ ବିପିନବିହାରୀ ରାଉତ ସୂଚନା ଦେଇଛନ୍ତି। ଦୀର୍ଘ ୯ଦିନ ଧରି ଆୟୋଜିତ ହୋଇଥିବା ମେଳା ଦୁର୍ଘଟଣା ମୁକ୍ତ ହୋଇଥିବାରୁ କମିସନରେଟ ପୁଲିସକୁ ମଧ୍ୟ ସାଧାରଣରେ ପ୍ରଶଂସା କରାଯାଇଛି। ଚଳିତବର୍ଷ ବାଲିଯାତ୍ରାର ୯ଦିନରେ ୫୦ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ମୋଟ ୧୭୫୦ରୁ ଊର୍ଦ୍ଧ୍ବ ଷ୍ଟଲ
ନିର୍ମାଣ କରାଯାଇଥିଲା। ମୋଟ ୫୫ଏକର ଜମିରେ ହେଉଥିବା ଏହି ବାଲିଯାତ୍ରାରୁ ଜିଲା ପ୍ରଶାସନ ୬୦ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିବାର ଲକ୍ଷ୍ୟ ରଖଥିଲା। ୧୨ଏକର ଜମିରେ ଓରମାସ ପକ୍ଷରୁ ୪୫୦ଟି ଷ୍ଟଲ ନିର୍ମାଣ କରାଯାଇଥିଲା। ବାଲିଯାତ୍ରାକୁ ପଲିଥିନ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନେକାଂଶରେ ସଫଳ ହୋଇଥିଲା।

- Advertisement -

ଗତକାଲି ସୁଦ୍ଧା ଓରମାସରେ ଖୋଲିଥିବା ୪୫୦ଟି ଷ୍ଟଲରେ ମୋଟ ୩୧.୫୦କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ଚଳିତବର୍ଷ ବାଲିଯାତ୍ରାରେ ଓର୍‌‌ମାସରେ ପ୍ରାୟ ୩୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି।

ମଙ୍ଗଳବାର ବାଲିଯାତ୍ରାର ଶେଷ ଦିବସ ହୋଇଥିବା ଯୋଗୁଁ ଅପରାହ୍ଣ ୩ଟାଠାରୁ ଉପର ଓ ତଳ ମେଳା ପଡ଼ିଆରେ ଲୋକଙ୍କ ଗହଳି ଆରମ୍ଭ ହୋଇଯାଇଥିଲା। ସହରର ଚାରି ଦିଗରୁ ହଜାର ହଜାର ଲୋକ ଗାଡିମୋଟର ଧରି ଯାତ୍ରା ପଡ଼ିଆକୁ ମୁହାଁଇଥିଲେ। ଅପରାହ୍ଣ ୪ଟାରୁ ମେଳା ପଡ଼ିଆ ଜନସମୁଦ୍ର ପାଲଟିଥିଲା। ମହାନଦୀ ରିଙ୍ଗ ବନ୍ଧର ଯୋବ୍ରା ଆନିକଟଠାରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ରାସ୍ତାରେ ଶହ ଶହ ଯାନ ଯାତ୍ରା ପଡ଼ିଆକୁ ଯିବାକୁ ଅଟକି ରହିଥିଲେ। ଏଥିସହିତ ଡିଅରପାର୍କ, ଗୋପବନ୍ଧୁ ପାର୍କ, ମାତାମଠ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ୨ଟି ପଡ଼ିଆରେ ଜନସମାଗମକୁ ନିୟନ୍ତ୍ରଣ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯାତ୍ରାରେ ଅଘଟଣକୁ ରୋକିବା ଓ ଅପରାଧୀଙ୍କ ଉପରେ ଦୃଷ୍ଟି ରଖିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ନିର୍ମିତ ୱାଚ ଟାୱାର, ସିସିଟିଭି ବ୍ୟବସ୍ଥା ସହିତ ପୁଲିସ ପଇଁତରାକୁ କଡାକଡି କରାଯାଇଥିଲା।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories