www.samajalive.in
Monday, December 15, 2025
15.1 C
Bhubaneswar

ବାରବାଟୀ ଭାରତ-ଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ

କଟକ : ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ବିଶେଷକରି ଫଣି ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବାରବାଟୀ ଷ୍ଟାଡିୟମ୍‌ର ଫ୍ଲଡ୍‌ଲାଇଟ୍‌ର ମରାମତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହୋଇଛି। ବହୁ ବର୍ଷ ତଳେ ଏହି ଫ୍ଲଡ୍‌ଲାଇଟ୍‌ ଲଗାଇଥିବା କପିଳ ଦେବଙ୍କ ଦେବ୍ ମସ୍କୋ କମ୍ପାନୀର ଇଞ୍ଜିନିୟର ଓ କର୍ମଚାରୀ କଟକ ଆସି ଏହି ଫ୍ଲଡ୍‌ଲାଇଟ୍‌ ମରାମତି କରୁଛନ୍ତି।
ଗତ ମେ’ ମାସରେ  ହୋଇଥିବା ଫଣି ବାତ୍ୟାରେ ବାରବାଟୀ ଷ୍ଟାଡିୟମ୍‌ରେ ଥିବା ୮ଟିଯାକ ଲାଇଟ୍‌ ସ୍ତମ୍ଭର ଫ୍ଲଡ୍‌ଲାଇଟ୍‌ ସବୁ ଭାଙ୍ଗି ଯାଇଥିଲା। ଗତମାସରେ ବିସିସିଆଇ ଏଜିଏମ୍‌ରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଏହି ଫ୍ଲଡ୍‌ଲାଇଟ୍‌ ମରାମତି ପ୍ରସଙ୍ଗ କଥା ବିସିସିଆଇ ସଭାପତି ସୌରଭ ଗାଙ୍ଗିଲଙ୍କ ନିକଟରେ ଉଠାଇଥିଲେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ସମ୍ପାଦକ ସଞ୍ଜୟ ବେହେରା ଓ ସଭାପତି ପଙ୍କଜ ଲୋଚନ ମହାନ୍ତି। ଖୁବ୍‌ ଶୀଘ୍ର ଫ୍ଲଡ୍‌ଲାଇଟ୍‌ ମରାମତି କରାଯିବ ବୋଲି ଗାଙ୍ଗୁଲି ପ୍ରତିଶ୍ରୁତି ଦେଇଥିଲେ। ଏହା ଅନୁସାରେ ଦେବ୍‌ ମସ୍କୋର ଇଞ୍ଜିନିୟର ଓ କର୍ମଚାରୀ ଫ୍ଲଡ୍‌ଲାଇଟ୍‌ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମଦଫାରେ ସେମାନେ ଲାଇଟ୍‌ ଟାୱରରେ ଥିବା ଭଙ୍ଗା ଫ୍ଲଡ୍‌ଲାଇଟ୍‌କୁ କାଢ଼ୁଛନ୍ତି। ଏହା ସ୍ଥାନରେ ନୂଆ ଫ୍ଲଡ୍‌ଲାଇଟ୍‌ ଚଳିତ ସପ୍ତାହରେ ଲଗାଯିବ। ଏଣେ ଉପରୋକ୍ତ ଦିନିକିଆ ମ୍ୟାଚ୍ ଲାଗି ବାରବାଟୀ ଷ୍ଟାଡିୟମ୍‌ର ପଡ଼ିଆ ଓ ପିଚ୍ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ବିଶେଷକରି ସମସ୍ତ ଗ୍ୟାଲେରୀରେ ଥିବା ଶୌଚାଳୟକୁ ଭାଙ୍ଗି ନୂତନ ଶୌଚାଳୟ ନିର୍ମାଣ ସହ ଯଥେଷ୍ଟ ପାନୀୟ ଜଣ ବ୍ୟବସ୍ଥା କରାଯିବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories