www.samajalive.in
Monday, December 15, 2025
17.1 C
Bhubaneswar

୩୫ ହଜାର ଟଙ୍କା ପାଇଁ ଫେରାଇଦେଲା ଏମ୍ସ ; ପରଦୁଆରେ କର୍କଟ ପୀଡ଼ିତ ପରିବାର

ବାଲିପଦର : ଚିକିତ୍ସା ବାବଦରେ ମାତ୍ର ୩୫ ହଜାର ଟଙ୍କା ଜମା କରିନପାରିବାରୁ ଜଣେ କର୍କଟ ରୋଗାକ୍ରାନ୍ତଙ୍କୁ ଏମସ୍ ହସପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ନକରାଇ ଫେରାଇ ଦେବା ଏବଂ ସଂପୃକ୍ତ ରୋଗୀ ଏବଂ ତାଙ୍କ ପରିବାର ଏବେ ନିରାଶ୍ରିତ ଅବସ୍ଥାରେ ପର ଦୁଆରେ ସରକାରୀ ସହାୟତାକୁ ଅନାଇ ବସି ଭୋକଉପବାସରେ ଦିନ କାଟିବା ଭଳି ଦୁଃଖଦ ଘଟଣା ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛି।
ବୁଗୁଡା ବ୍ଲକର କରଚୁଲି ପଞ୍ଚାୟତ ଅନ୍ତର୍ଗତ ହାତୀଗଣ୍ଡ ଗ୍ରାମର ବିଜୟ ନାଇକ ଜଣେ ଦିନ ମଜୁରିଆ। କୁଲି ଖଟି ଚାରିପ୍ରାଣୀ କୁଣଟୁମ୍ଭଙ୍କୁ କଷ୍ଟେମଷ୍ଟେ ଚଳାଇ ଆସୁଥିଲେ। ରହିବାକୁ ଘର ନାହିଁ କି ଖାଇବାକୁ ଦାନା ମୁଠାଏ ନାହିଁ। ପରଲୋକ ହାତଟେକି ଯାହାଦେବେ ସେଥିରେ ଚଳୁଛି ପରିବାର। ଏଭଳି ସଂଗୀନ ସ୍ଥିତିରେ ପରିବାଟି କାଳାତିପାତ କରୁଥିବା ବେଳେ ଦୈବୀ କୋପ ପଡିଥିଲା। ଘରର ମୁରବୀ ବିଜୟ ହଠାତ ଲିଭର କ୍ୟାନସର ରୋଗରେ ପୀଡିତ ହେଲେ। ପରିବାର ପାଦତଳୁ ମାଟି ଖସି ଯାଇଥିଲା। କଷ୍ଟକର ଜୀବନ ସତ୍ତ୍ବେ ତାରି ଭିତରେ ହସଖୁସିରେ ଚଳୁଥିବା ପରିବାରଟି ଆଜି ନିଃସ୍ବ ଓ ସର୍ବସ୍ବାନ୍ତ। ବିଜୟ ଆଜି ଅର୍ଥାଭାବରୁ ରୋଗଶଯ୍ୟାରେ ପଡି ଜୀବନ ସହ ସଂଗ୍ରାମ କରୁଛନ୍ତି। ଅନ୍ୟପଟେ ପରିବାରର ଭାର ପଡିଛି ସ୍ତ୍ରୀ ସଞ୍ଜୁଙ୍କ ଉପରେ। ଗୋଟିଏ ପଟେ ପିଲାଙ୍କ ଭବିଷ୍ୟତ ଅନ୍ୟପଟେ ରୋଗିଣା ସ୍ବାମୀ। ଚିକିତ୍ସାରେ ଅର୍ଥ ବାଧକ ଏହିଭଳି ଦୋଛକିରେ ପଡିଛି ଏହି ଅସହାୟ ପରିବାର।
ସଞ୍ଜୁଙ୍କ କହିବା ପ୍ରକାରେ ସ୍ବାମୀ ବିଜୟଙ୍କ ଦେହ ଖରାପ ହେବାରୁ ଭୁବନେଶ୍ବର ଏମ୍‌ସ ହସ୍ପିଟାଲକୁ ତାଙ୍କୁ ନେଇଥିଲେ। ତାଙ୍କୁ ଲିଭର କ୍ୟାନସର ହୋଇଥିବା ସେଠାରେ ଜଣାପଡିଥିଲା। ତାଙ୍କ ପାଖରେ ଯାହାଥିଲା ଏବଂ ଅନ୍ୟଠୁ ଧାରକଜର କରି ୪୫ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଅପରେସନ ନିମନ୍ତେ ଆଉ ୩୫ ହଜାର ଯୋଗାଡ ନରକିବାରୁ ତାଙ୍କୁ ସେଠାରୁ ମେଡିକାଲ କର୍ତ୍ତୃପକ୍ଷ ଫେରାଇ ଦେଇଛନ୍ତି ବୋଲି ଲୋତକଭରା କଣ୍ଠରେ କହିଛନ୍ତି ମଞ୍ଜୁ। ସେଠାରୁ ଫେରି ଆସିବା ପରେ ଚାରିମାସ ହେଲା ରୋଗିଣା ସ୍ବାମୀଙ୍କୁ ଧରି ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୀତ କାକରରେ ପୁଅଝିଅଙ୍କୁ ନେଇ ପଡି ରହିଛନ୍ତି ମଞ୍ଜୁ। ଏଯାଏଁ ତାଙ୍କୁ ଘରେ ଖଣ୍ଡେ ମଧ୍ୟ ମିଳିନାହିଁ। କି ରାସନ କାର୍ଡ ମଧ୍ୟ ଖଣ୍ଡେ ନାହିଁ। ନିଜର ବୋଲି ଥିବା ଭଙ୍ଗାଚାଳ ଘରଟି ଭାଙ୍ଗିଯାଇଛି। ଫଳ​ରେ ଚାରିପ୍ରାଣୀ କୁଟୁମ୍ଭ ଗ୍ରାମର ଜଣକର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଖାଦ୍ୟ ମୁଠାଏ ପାଇଁ ଚାତକ ଭଳି ଚାହିଁ ବସିଛନ୍ତି। ସ୍ତ୍ରୀ ମଞ୍ଜୁ ମାଗିଯାଚି ପିଲାଙ୍କ ପାଇଁ ଆହାର ଯୋଗାଡ କରୁଛନ୍ତି । ଏହି ଅସହାୟ ପରିବାର ପ୍ରତି କାହାର ଏ ଯାଏଁ ଦୃଷ୍ଟି ପଡିନି। ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ସରକାରୀ ସହାୟତା ସହ ଘର ଖଣ୍ଡେ ଓ ରାସନକାର୍ଡ ପାଇଁ ଅନାଇ ବସିଛନ୍ତି ବିଜୟଙ୍କ ପରିବାର। ଜିଲା ପ୍ରଶାସନ ଦୃଷ୍ଟିଦେଇ ପରିବାରକୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories