www.samajalive.in
Tuesday, December 9, 2025
16.1 C
Bhubaneswar

ସୁଆଦିଆ ମଟନ ତରକାରୀ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
କଟା ପିଆଜ – ୧କପ
ଗୋଟା ଧନିଆ – ୧ଚାମଚ
ଦହି – ୨କପ
କଟା ରସୁଣ – ୨ଟି
କଟା ଅଦା – ଅଳ୍ପ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗରମ ମସଲା – ୧ଚାମଚ
ଲବଙ୍ଗ – ୪ଟି
ଗୋଲମରିଚ – ୮ଟି
ଗୁଜୁରାତି – ୪ଟି
ଡ଼ାଲଚିନି – ୧ଟି
ଘିଅ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ର୍ରଣାଳୀ – ପ୍ରଥମେ ମାଂସକୁ ଭଲ ଭାବେ ଧୋଇ ରଖନ୍ତୁ। ଏବେ ଏକ ପାତ୍ରରେ ଦହି, ପିଆଜ, ଅଦା, ରସୁଣ, ଲଙ୍କା ଗୁଣ୍ଡ, ହଳଦୀ , ଲବଙ୍ଗ, ଗୁଜୁରାତି, ଗୋଲମରିଚ, ଡ଼ାଲଚିନି ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣରେ ଧୋଇ ରଖିଥିବା ମଟନକୁ ପକାଇ ଗୋଳାଇ ୪୦ ରୁ ୪୫ ମିନିଟ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ଗୋଟା ଧନିଆ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା ହେବା ପରେ ରଖିଥିବା ମିଶ୍ରଣରେ ଧନିଆ ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ରଖିଥିବା ମିଶ୍ରଣକୁ ପକାନ୍ତୁ। ମାଂସ ମିଶ୍ରଣ ପକାଇବା ପରେ ସାମାନ୍ୟ ପାଣି , ଗରମ ମସଲା, ଲୁଣ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ୨୦ ମିନିଟ ଗ୍ୟାସରେ ବସାନ୍ତୁ। ୨୦ ମିନିଟ ପରେ ଧନିଆପତ୍ର ପକାଇ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ମଟନ ତରକାରୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories