ବିଦ୍ୟୁତ ଆଘାତରେ ଯୁବକ ମୃତ

0

ଗୋପ: ଗୋପ ଥାନା ଅଧୀନ ଡଭାର ଗ୍ରାମରେ ଶନିବାର ସକାଳୁ ନିଜ ଘରେ ବିଦ୍ୟୁତ କାର୍ୟ୍ୟ କରୁଥିବା ବେଳେ ଅସାବଧାନତା ହେତୁ କରେଣ୍ଟ ଲାଗି ଜୈନିକ ଯୁବକଙ୍କ ମୃତ୍ୟୁ ହୋଇଥିବା ଗୋପ ଡାକ୍ତରଖାନା ପକ୍ଷରୁ ଜଣା ପଡିଛି । ସୂଚନା ଅନୁଯାୟୀ ଗୋପ ଥାନା ଅଧିନ ଡ଼ଭାର ଗ୍ରାମର ନିରଞ୍ଜନ ବାରିକ (୩୬)ଭୋର ରୁ ଉଠି ବିଦ୍ୟୁତ କାମ କରୁଥିଲେ । ଯୁବକଙ୍କ ଅସାବଧାନତା ଯୋଗୁ ତାଙ୍କ ବାମ ହାତ ରେ ବିଦ୍ୟୁତ ତାର ଲାଗିଯାଇଥିଲା । ଘଟଣା ସ୍ଥଳରେ ସେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ। ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରି ଗୋପ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

Leave A Reply