www.samajalive.in
Sunday, December 7, 2025
18.1 C
Bhubaneswar

ସୌନ୍ଦର୍ଯ୍ୟର ଅନ୍ୟ ନାମ ଜିରୋ ବେଲୀ

ଅରୁଣାଚଳ ପ୍ରଦେଶର ଖୁବନସିରୀ ଜିଲ୍ଲାର ଜିରୋ ବେଲୀ ଭ୍ରମଣ ପାଇଁ ଏକ ସୁନ୍ଦର ସ୍ଥାନ। ଚତୁଃପାର୍ଶ୍ବ ସବୁଜ ଗଛଲତାରେ ପରିପୂର୍ଣ୍ଣ ଅଟେ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ମନୋମୁଗ୍ଧକର।
ଘାଟି ରାସ୍ତାରେ ଭ୍ରମଣ ଓ ଖୁବ୍‌ ମନୋମୁଗ୍ଧକର।  ଏଠାରେ ବୁଲିବା ନିମନ୍ତେ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ଏଠାକାର ଆଖପାଖ ସ୍ଥାନ ମଧ୍ୟ ଭ୍ରମଣ ନିମନ୍ତେ ଖୁବ ଉତ୍କୃଷ୍ଟ।
ଜିରୋ ପୁତୁ – ଏହି ସ୍ଥାନ ବୁଲିବା ବେଳେ ମନକୁ ଏକ ଅପୂର୍ବ ଆନନ୍ଦ ମିଳିଥାଏ। ଏହି ସ୍ଥାନ ଆର୍ମୀ ପୁତୁ ନାମରେ ମଧ୍ୟ ନାମିତ ।
ପାକୋ ଘାଟି – ସବୁଜିମା ଭରା ଦୃଶ୍ୟ ସହ ଏଠାରେ ହିମାଳୟ ପର୍ବତର ବରଫାବୃତ ଅଞ୍ଚଳ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ସ୍ଥାନର ସୌନ୍ଦର୍ଯ୍ୟ କେବଳ ଏଠାକୁ ଆସି ହିଁ ଅନୁଭବ କରି ହେବ।
ନରୀନ ଫିସ୍‍ ଫାର୍ମ – ଏହି ଜିରୋ ଘାଟି ବହୁ ଉଚ୍ଚରେ ଅବସ୍ଥିତ। ତଥାପି ଏଠାରେ ମାଛ ଚାଷ କରାଯାଏ। ଏହା ଛଡ଼ା ଏଠାରେ ଫୁଲ ଚାଷ ମଧ୍ୟ  କରାଯାଏ।
ତାଲେ ଘାଟି – ଜିରୋ ଘାଟି ଠାରୁ ୩୨ କିଲୋମିଟର ଦୂରରେ ଉତ୍ତର-ପୂର୍ବ ଦିଗରେ ଏହା ଅବସ୍ଥିତ। ଏହା ‘ୱାଇଲ୍ଡ ଲାଉଫ୍‍’ ନିମନ୍ତେ ବେଶ ପ୍ରସିଦ୍ଧ ଅଟେ। ଏଠାରେ ବହୁ ପଶୁ-ପକ୍ଷୀ, ଜୀବଜନ୍ତୁ , ଗଛଲତାର ରକ୍ଷଣାବେକ୍ଷଣା କରାଯାଇଥାଏ।
ଏହାର ଆଖପାଖର ଆହୁରି ମଧ୍ୟ ଭ୍ରମଣ ନିମନ୍ତେ ବହୁ ସ୍ଥାନ ରହିଛି। ପ୍ରକୃତି ପ୍ରେମୀ ତଥା ପର୍ଯ୍ୟଟକଙ୍କ ନିମନ୍ତେ ଏହା ଏକ ଉକୃଷ୍ଟ ସ୍ଥାନ ଅଟେ।
ଏହି ଜିରୋ ବେଲୀକୁ ଯିବା ନିମନ୍ତେ ଫେବୃଆରୀ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ସଠିକ ଅଟେ। ସେପ୍ଟେମ୍ବରରେ ଏଠାରେ ସ୍ୱତନ୍ତ୍ର ସଂଗୀତ କାର୍ଯ୍ୟକ୍ରମ ହୋଇଥାଏ ଓ ଏହି ସମୟରେ ଦେଶ-ବିଦେଶରୁ ବହୁ ଲୋକ ଏଠାକୁ ଆସି ଥାଆନ୍ତି।
ଗମନାଗମନ ନିମନ୍ତେ ଏଠାକୁ ଯିବା ପାଇଁ ଉଡ଼ାଯାହାଜ,ରେଳ ମାର୍ଗ, ସଡ଼କ ମାର୍ଗ ମଧ୍ୟ ରହିଛି। ଜିରୋ ବେଲୀର ନିକଟତମ ଏୟାରପୋର୍ଟ ଜୋରହାଟ ଓ ଲୀଲାବରୀ ଅଟେ।
ଏଠାରୁ ନିକଟତମ ଷ୍ଟେସନ ନାହରାଲାଗୁନ ୧୦୦ କି.ମି ଓ ନାଁର୍ଥ ଲଖୀମପୁର ୧୧୭ କି.ମି ଦୂରରେ ଅବସ୍ଥିତ। ୨ଟି ରେଳକୁ ବଦଳାଇ ଏଠାକୁ ଯାଇ ହେବ। ଗୌହାଟି ଠାରୁ ଏଠାକୁ ନିୟମିତ ରେଳ ମଧ୍ୟ ଯାଉଛି। ଗୌହାଟି ଠାରୁ ଏଠାକୁ ନିୟମିତ ବସ ମଧ୍ୟ ଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories