www.samajalive.in
Sunday, December 7, 2025
26.1 C
Bhubaneswar

ଖରାଦିନେ ଖାଆନ୍ତୁ କାକୁଡି ; ଦୂର ହେବ ଅନେକ ସମସ୍ୟା

ଖରାଦିନେ ସୁସ୍ଥ ରହିବା ପାଇଁ ଶରୀର ଥଣ୍ଡା ରଖିବା ନିତାନ୍ତ ଆବଶ୍ୟକ। ଖରାଦିନେ ବାହାରର ତାପମାତ୍ରା ଖୁବ ଅଧିକ। ଫଳରେ ଶରୀରର ପାଇଁ ଅନେକ ସମସ୍ୟା ହୋଇଥାଏ। ଏଥିପାଇଁ କିଛି ବିଶେଷ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଖରାଦିନେ ଶରୀରରେ ଜଳୀୟଅଂଶର ମାତ୍ରା ସଠିକ ରଖିବା ଆବଶ୍ୟକ। ପାଣିର ଅଭାବରୁ ଅନେକ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଏହି ଦିନରେ ଫଳ ଓ ପନିପରିବା ସେବନ କରିବା ଆବଶ୍ୟକ। ଜାଣନ୍ତୁ ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ କ’ଣ ସେବନ କରିବା ଉଚିତ।
ଲାଉ – ଲାଉ ଖରାଦିନେ ଶରୀରକୁ ଥଣ୍ଡା ରଖିଥାଏ। ଏଥିରେ ଜଳର ମାତ୍ରା ମଧ୍ୟ ଅଧିକ ଥାଏ। ଏହା ପେଟକୁ ଥଣ୍ଡା ରଖିବାରେ ବେଶ ସହାୟକ ହୋଇଥାଏ। ଏହି ଦିନେ ଲାଉ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଏହାର ଜୁସ,ତରକାରୀ ସହ ରାଇତା ପ୍ରସ୍ତୁତ କରି ମଧ୍ୟ ପିଇପାରିବେ।
ପିଆଜ – ଖରାଦିନେ ପିଆଜ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ଶରୀରକୁ ଥଣ୍ଡା ରଖି ଥାଏ। ବିଭିିନ୍ନ ବ୍ୟଞ୍ଜନ ସହ ଏହାକୁ ସାଲାଡରେ ମଧ୍ୟ ଖାଇପାରିବେ। ପିଲାଙ୍କୁ ମଧ୍ୟ ବର୍ଗର ଅଥବା ସ୍ୟାଣ୍ଡୱିଚ୍‍ ଆଦିରେ କଞ୍ଚା ପିଆଜ ଖାଇବାକୁ ଦିଅନ୍ତୁ।
ଖରାଦିନେ କାକୁଡି ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ହୋଇନଥାଏ। ଏହା ଅଂଶୁଘାତରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିରେ ଫାଇବର ସହ ଜଳର ମାତ୍ରା ମଧ୍ୟ ଅଧିକ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ସତେଜ ଅନୁଭବ ହୋଇଥାଏ। ବିଶେଷ କରି ଏହାକୁ ସାଲାଡ ଓ ରାଇତା ଭାବେ ପ୍ରସ୍ତୁତ କରି ଖାଆନ୍ତୁ। ଏହା ପେଟ ଜନିତ ଅନେକ ସମସ୍ୟା ଦୂର ସହ କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ। ଶରୀରକୁ ଭିତରୁ ଥଣ୍ଡା ରଖିବା ସହ ଶକ୍ତି ଯୋଗାଇଥାଏ।
ଦହି ଖାଇବା ଶରୀର ପାଇଁ ଖୁବ ଉତ୍ତମ। ଏହା ସ୍ୱାଦିଷ୍ଟ ହେବା ସହ ଅନେକ ରୋଗକୁ ଶରୀର ଠାରୁ ଦୂରେଇ ରଖିଥାଏ। ଖରାଦିନେ ଦହି ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଦହି ଲସି,ସରବତ,ରାଇତା ଆଦି ଦହିରେ ପ୍ରସ୍ତୁତ କରି ଖାଇପାରିବେ। ଏହା ପେଟକୁ ଥଣ୍ଡା ରଖିବା ସହ ପାଚନକ୍ରିୟାକୁ ସୁସ୍ଥ ରଖିଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories