www.samajalive.in
Saturday, December 6, 2025
14.1 C
Bhubaneswar

ଏସ୍‌ଆଇ ଚାକିରି ଦୁର୍ନୀତି: ଆଉ ଜଣେ ଗିରଫ

ଭୁବନେଶ୍ଵର: ପୁଲିସ ଚାକିରି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧରପୁରର  ବିଶ୍ଵରଞ୍ଜନ ବେହେରା ବୋଲି ଜଣାପଡିଛି । ଏସ୍‌ଆଇ ଚାକିରି କେଳେଙ୍କାରୀ ମାମଳାରେ ବିଶ୍ଵରଞ୍ଜନର ସକ୍ରିୟ ଭୂମିକା ଥିଲା। ସିଣ୍ଡିକେଟ୍ ମୁଖ୍ୟଙ୍କ ନିର୍ଦେଶରେ ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ଵରଞ୍ଜନ। ଆଶାୟୀଙ୍କଠାରୁ ଅରିଜିନାଲ ସାର୍ଟିଫିକେଟ୍ ଏବଂ ବ୍ଲାଙ୍କ ଚେକ୍ ମଧ୍ୟ ନେଉଥିଲା। ପ୍ରଶ୍ନପତ୍ର ଯୋଗାଇବ କହି ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଇ ସିଣ୍ଡିକେଟ୍ ମୁଖ୍ୟଙ୍କୁ ଦେଉଥିଲା। ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଏବଂ ୩ ଦଲାଲ ଗିରଫ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ବିଶ୍ବରଞ୍ଜନ ଏହି ଘଟଣାରେ ଜଣେ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରୁଥିଲେ। ଏହି ସିଣ୍ଡିକେଟର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଶ୍ୱ ରଞ୍ଜନଙ୍କର ସକ୍ରିୟ ଭୂମିକା ରହିଥିଲା। ଆଶାୟୀ ପ୍ରାର୍ଥୀଙ୍କ ସହିତ ସେ ନିୟମିତ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରିବା ଭଳି କାର୍ଯ୍ୟ କରୁଥିଲେ। ଏହାର ପ୍ରତିବଦଳରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ସେମାନଙ୍କ ଅରିଜିନାଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ଖାଲି ଚେକ୍ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଏହି କାଗଜପତ୍ରଗୁଡିକୁ ସିଣ୍ଡିକେଟର ଅନ୍ୟ ଜଣେ ସଦସ୍ୟକୁ ହସ୍ତାନ୍ତର କରିବା ଭଳି କାର୍ଯ୍ୟ କରୁଥିଲେ। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories