www.samajalive.in
Wednesday, November 12, 2025
28.1 C
Bhubaneswar

କଣ୍ଟାବାଞ୍ଜିରୁ ୫୫ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଧୂବାପଡାରୁ ରାଜ୍ୟ ବାହାରକୁ ଯିବାକୁ ଥିବା ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ। ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ଦାଦନ ସର୍ଦ୍ଦାର ଘର ଭିତରୁ ସେମାନଙ୍କୁ ପୁଲିସ ଉଦ୍ଧାର କରିଛି। ଶ୍ରମିକମାନଙ୍କ ମଧ୍ୟରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆର ଥାନା ବରଗାଁ ଅଞ୍ଚଳର ୨୫ଜଣ, ବୋଡେ଼ନ ବ୍ଲକ ମୁଡସିଲ ଗାଁର ୧୦ଜଣ ଏବଂ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗାଁର ୨୦ ଜଣ ବୋଲି ଜଣାପଡିଛି।

ଶ୍ରମ ବିଭାଗର ୨ଜଣ ଅତିରିକ୍ତ ଶ୍ରମ ଅଧିକାରୀ ଅଭୟ ମହାକୁଡ଼ ଓ ବିଶ୍ୱଜିତ ରାଉତ କଣ୍ଟାବାଞ୍ଜି ଥାନାରେ ଉପସ୍ଥିତ ରହି କାଗଜପତ୍ର ଯାଞ୍ଚ କରିଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୧୬ ମହିଳା ଓ ୧୪ ଶିଶୁ ରହିଛନ୍ତି। ବଲାଙ୍ଗୀର ଏସପିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଏସପିଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ କରୁଛନ୍ତି।

Hot this week

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

ଏସ୍‌ଆଇ ସ୍କାମ୍‌ : ଶଙ୍କରର କେୟାର ଟେକର ଗିରଫ

ଭୁବନେଶ୍ବର: ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର...

ତ୍ରୁଟିଶୂନ୍ୟ ମ୍ୟାଚ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ...

Related Articles

Popular Categories