ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରୁ ୩କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ ହୋଇଛି। ଜଣେ ଯାତ୍ରୀଙ୍କ ଲଗେଜରୁ ଏହି ମାରିଜୁଆନାକୁ ଜବତ କରିଛି କଷ୍ଟମ ବିଭାଗ। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ତାଙ୍କ ନାଁ ହେଉଛି ମହମ୍ମଦ ଓ ଘର କେରଳରେ।
ସୂଚନା ଅନୁସାରେ, ମହମ୍ମଦ ବ୍ୟାଙ୍କକରୁ ଏହି ମାରିଜୁଆନା ଆଣିଥିଲେ। କଷ୍ଟମ ବିଭାଗ ଅଧିକାରୀମାନେ ତାଙ୍କ ଲଗେଜ ଲାଞ୍ଚ କରିବା ସମୟରେ ସେଥିରୁ ମାରିଜୁଆନା ଠାବ ହୋଇଥିଲା, ଯାହାର ମୂଲ୍ୟ ୩କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି।



