www.samajalive.in
Saturday, December 6, 2025
14.1 C
Bhubaneswar

ନକଲି ଔଷଧ ବିକ୍ରି ମାମଲା ; ଆଉ ୨ ଗିରଫ

କଟକ : ବୁଧବାର କଟକରେ ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ଔଷଧ ବିକ୍ରେତାଙ୍କୁ ଗିରଫ କରିଛି ପୁଲିସ। ପୂର୍ବରୁ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏମାନେ ଔଷଧ କିଣୁଥିଲେ। ଉଭୟ ଔଷଧ କିଣି ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଉଥିଲେ। ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଯୋଗ୍ୟ ଗତ ଦୁଇ ମାସ ତଳେ ନକଲି ଔଷଧ କାରବାର ଘଟଣାରେ ପୁରୀଘାଟ ଥାନା ପୁଲିସ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାଲ ଓ ଭିଆର ଡ୍ରଗ୍ସ ଏଜେନ୍ସିର ରାହୁଲ କ୍ୟାଲଙ୍କୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତଙ୍କୁ ଜେରା ବେଳେ କାରବାର ସମ୍ପର୍କୀତ ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇଥିଲା। ସେମାନଙ୍କଠାରୁ ୨୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଟେଲମା-୪୦ ଓ ଟେଲମା-ଏମ ଔଷଧ ଜବତ କରିଥିଲା। ପୁଲିସ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ୩ ଲକ୍ଷ ଟଙ୍କାର ଟେଲମା-୪୦ ନକଲି ଔଷଧ ଜବତ କରିଥିଲା। ନୟାସଡକ ଅଞ୍ଚଳରେ ବିପୁଳ ପରିମାଣର ନକଲି ଷ୍ଟକ୍‌ ମହଜୁତ୍‌ ଥିବା ଜଣାପଡିବା ପରେ ଜିଲା ଡ୍ରଗ୍ସ ନିୟନ୍ତ୍ରଣ ବିଭାଗର ଏକ ଟିମ୍‌ ଚଢାଉ କରି ସମସ୍ତ ନକଲି ଔଷଧ ଜବତ କରିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories