www.samajalive.in
Sunday, December 7, 2025
14.1 C
Bhubaneswar

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ ଖଡ଼ଗେ ବିଧିବଦ୍ଧ ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ବୁଧବାର ସକାଳେ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ କଂଗ୍ରେସର କିମ୍ବଦନ୍ତୀ ନେତା ନେହେରୁ ଓ ଇନ୍ଦିରାଙ୍କୁ ମଧ୍ୟ ପ୍ରଣାମ କରିଛନ୍ତି। ଏହାପରେ ପାର୍ଟି ମୁଖ୍ୟାଳୟରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ବ୍ୟତୀତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଧୁସୂଦନ ମିସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଖଡ଼ଗେଙ୍କ ଶପଥ ଗ୍ରହଣ ସମାରୋହରେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ପ୍ରାୟ ୨୪ ବର୍ଷ ପରେ ପ୍ରଥମ ଅଣ ଗାନ୍ଧୀ ଭାବେ ଏହି ପଦବୀ ଅଳଙ୍କୃତ କରିଛନ୍ତି ଖଡ଼ଗେ। କଂଗ୍ରେସ ମୁଖ୍ୟରୂପେ ତାଙ୍କର ପ୍ରଥମ ଅଭିଭାଷଣରେ ଖଡ଼ଗେ ଦଳର ନିର୍ବାଚନରେ ତାଙ୍କୁ ଭୋଟ୍‌ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଜଣାଇଛନ୍ତି।

ଖଡ଼ଗେଙ୍କ ଶପଥ ଗ୍ରହଣ ଉତ୍ସବରେ ଉଦ୍‌ବୋଧନ ଦେଇ ବିଦାୟୀ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଦଳର ବିଜୟ ଭାରତର ବିଜୟ ସହ ସମାନ। ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ଆନ୍ତରିକ ଅଭିନନ୍ଦନ। ଖଡ଼ଗେ ଜଣେ ଅଭିଜ୍ଞ ନେତା। କଠିନ ଶ୍ରମ ବଳରେ ସେ ସାଧାରଣ କର୍ମୀରୁ କଂଗ୍ରେସ ଅଧ୍ୟକ୍ଷ ହୋଇପାରିଛନ୍ତି। ସେ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣା। ମୋ ମୁଣ୍ଡରୁ ଏକ ବଡ଼ ଭାର ଓହ୍ଲାଇଯାଇଛି। ତେଣୁ ମୋତେ ଖୁବ୍‌ ଆଶ୍ବସ୍ତି ଲାଗୁଛି।

- Advertisement -

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories